21

ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଭୁବନେଶ୍ୱର ନିଉ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ ଓ ଶେଷ କରିବ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ନୂତନ ଷ୍ଟେସନରେ ତିନୋଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି | ପୂର୍ବରୁ ଥିବା ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଏହି ଟ୍ରେନ ଗୁଡିକ ଭୁବନେଶ୍ୱର ନୂତନ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିବେ | ଏହି ଟ୍ରେନଗୁଡ଼ିକ ହେଉଛି ୧୧୦୨୦/୧୧୦୧୯ ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ୧୭୦୨୫/୧୭୦୨୬ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ |

୧୧ ମଇ ଠାରୁ ମୁମ୍ବାଇରୁ ଛାଡୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ | ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ, ଏହି ଟ୍ରେନ ରାତ୍ରି ୧୧ଘ.୫୫ମି.ରେ ଭୁବନେଶ୍ୱର ନୂତନ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନ ରାତ୍ରି ୧୨ଘ.୦୨ମି.ରେ ମଞ୍ଚେଶ୍ୱରରେ ପହଞ୍ଚିବ ଏବଂ ୧୨ଘ.୦୪ମି.ରେ ଛାଡି ରାତ୍ରି ୧୨ଘ.୨୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ |

୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ୧୨ ମଇ ୨୦୧୫ ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଅପରାହ୍ନ ୦୨ଘ.୪୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡିବ | ଏହି ଟ୍ରେନ ଅପରାହ୍ନ ୦୨ଘ.୪୮ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ ୦୨ଘ.୫୦ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଛାଡିବ | ଅପରାହ୍ନ ୩ ଘଟିକାରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ |

ସେହିପରି, ୧୧ ମଇ ଠାରୁ ସିକନ୍ଦରାବାଦରୁ ଛାଡୁଥିବା ୧୭୦୨୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଶେଷ କରିବ | ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଅପରାହ୍ନ ୪ ଘଟିକାରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନ ଅପରାହ୍ନ ୪ଘ.୦୪ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ ୪ଟାରେ ଛାଡିବ ଏବଂ ତା’ପରେ ଅପରାହ୍ନ ୪ଘ.୨୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ |

୧୭୦୨୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ୧୨ ମଇ ୨୦୧୫ ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ପୂର୍ବାହ୍ନ ୮ ଘଟିକାରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡିବ | ଏହି ଟ୍ରେନଟି ପୂର୍ବାହ୍ନ ୦୮ଘ.୦୮ମି ରେ ମଞ୍ଚେଶ୍ୱରରେ ପହଞ୍ଚି ପୂର୍ବାହ୍ନ ୦୮ଘ.୧୦ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ପୂର୍ବାହ୍ନ ୦୮ଘ.୨୦ ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୦୮ଘ.୪୦ ମି.ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ |

ଏହା ବ୍ୟତୀତ, ବିଶାଖାପାଟଣାରୁ ଛାଡୁଥିବା ୨୨୮୨୦ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ୧୨ ମଇ ଠାରୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ | ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ରାତ୍ରି ୧୨.୧୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନଟି ରାତ୍ରି ୧୨ଘ.୨୦ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ରାତ୍ରି ୧୨ଘ.୨୨ମି.ରେ ଛାଡିବ ଏବଂ ତା’ପରେ ରାତ୍ରି ୧୨ଘ.୩୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ |

ସେହିପରି ୨୨୮୧୯ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ୧୨ ମଇ ୨୦୨୫ ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ସକାଳ ୦୭ଘ.୧୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ | ଏହି ଟ୍ରେନଟି ସକାଳ ୦୭ଘ.୧୮ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ସକାଳ ୦୭ଘ.୨୦ମି.ରେରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଯାତ୍ରା କରିବ | ସକାଳ ୦୭ଘ.୨୫ ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟରେ ସକାଳ ୦୭ଘ.୪୫ ମି. ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ |

Spread the love