70

ପହଲଗାମ୍ ଆତଙ୍କୀ ଆକ୍ରମଣ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଏଆଇଆଇଏମଏସ ସମ୍ମିଳନୀ ପକ୍ଷରୁ ଅଖିଳ ଭାରତ ଆୟୂର୍ବିଜ୍ଞାନ ସଂସ୍ଥାନ ଠାରେ ପାହାଲଗାମ୍ ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କୀ ଆକ୍ରମଣ ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଏଏନ୍ଏ ସଦସ୍ୟ ଏବଂ ଏଆଇଆଇଏମ୍ଏସର କର୍ମକର୍ତ୍ତାମାନେ ଯୋଗଦେଇ ବହିର୍ବିଭାଗରୁ ବାହାରି ମୁଖ୍ୟଦ୍ୱାର ପର୍ଯ୍ୟନ୍ତ ହାତରେ ମହମବତୀ ଜଳାଇ ଶୋଭାଯାତ୍ରା କରିଥିଲେ। ନୀରବ ପ୍ରାର୍ଥନା କରାଯାଇ ୨୬ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାର ପ୍ରତି ସମ୍ବେଦନତା ପ୍ରକାଶ କରିଥିଲେ ସମସ୍ତ ସଦସ୍ୟ। ଆମେ ସମସ୍ତେ ସ୍ବାସ୍ଥ୍ୟସେବୀ, ହେଲେ ପ୍ରଥମେ ସମସ୍ତେ ଭାରତର ନାଗରିକ। ଆମ ଜନ୍ମଭୂମିରେ ରକ୍ତପାତର ଅଧିକାର କାହାର ନାହିଁ। ସର୍ବଧର୍ମ ସମନ୍ବୟର ଭାବ ହିଁ ଆମ ସମ୍ବିଧାନର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଆମେ କୌଣସି ଜାତି ବା ଧର୍ମର ନୁହେଁ , ଆମେ ଆତଙ୍କବାଦ, ରକ୍ତପାତ ଓ ଅମାନବିକତାର ଘୋର ବିରୋଧ କରୁଛୁ । ଆମର ଭବିଷ୍ୟତ ପିଢ଼ି ଶାନ୍ତିରେ ଜୀବନଯାପନ କରନ୍ତୁ ଏହା ହିଁ ଆମର ଏକମାତ୍ର ଉଦ୍ଦେଶ୍ୟ। ସୀମାର ପ୍ରତିରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ମାନବିକତାର ମୂଲ୍ୟବୋଧ ସମ୍ବନ୍ଧରେ ପ୍ରତ୍ୟେକ ରାଷ୍ଟ୍ରରେ ପ୍ରାଥମିକ ଶିକ୍ଷା ଦିଆଯାଇ ସମଗ୍ର ବିଶ୍ୱର ପରିବର୍ତ୍ତନ ପାଇଁ ସଚେତନ ହେବାକୁ କର୍ମୀମାନେ ସରକାରଙ୍କୁ ଅନୁରୋଧ କରିଥିଲେ।

Spread the love