24

କାଲି ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ନଡ୍ଡା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆସନ୍ତା କାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ସାମଲ କହିଛନ୍ତି ଯେ, ଆସନ୍ତାକାଲି ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ନଡ୍ଡା ପହଞ୍ଚିବେ। ପରେ ସେଠାରୁ ସିଧାସଳଖ କଟକ ଯିବେ। ସେଠାରେ କଟକର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ, ଏହାର ଉଦଘାଟନ ମଧ୍ୟ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ନେତା ମନ୍ତ୍ରୀ ଉପସ୍ଥିତ ରହିବେ। ପରେ ଏମ୍ସରେ ଏକ କାର୍ଯ୍ୟକ୍ରରେ ଯୋଗ ଦେଇପାରନ୍ତି ନଡ୍ଡା।

 

 

 

 

 

 

Spread the love