33

ଆଇନରେ ପରିଣତ ହେଲା ୱାକଫ ବିଲ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବହୁ ବାଦବିବାଦ ପରେ ଆଇନ୍‌ରେ ପରିଣତ ହୋଇଛି ୱକଫ୍‌ ସଂଶୋଧିତ ବିଲ୍‌। ସଂସଦର ଉଭୟ ଗୃହରେ ବିଲ୍‌ଟି ପାସ ହେବା ପରେ ଏହାକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ତେବେ ୧୯୯୫ର ୱାକଫ ସମ୍ପତ୍ତି ପରିଚାଳନା ଆଇନରେ ସଂଶୋଧନ ପାଇଁ ଅଣାଯାଇଥିବା ଏହି ବିଲ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଆସୁଛନ୍ତି। କେନ୍ଦ୍ର ସରକାର ୱାକଫ୍ ବୋର୍ଡର କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହିତ ୱାକଫ୍ ସମ୍ପତ୍ତିର ଦକ୍ଷ ସୁପରିଚାଳନା ପାଇଁ ୱାକଫ୍ ସଂଶୋଧନ ବିଲ୍‌ ୨୦୨୪ ଏବଂ ମୁସଲମାନ ୱାକଫ୍ (ପ୍ରତ୍ୟାହାର) ବିଲ୍‌ ୨୦୨୪ ଆଗତ କରିଛନ୍ତି।

ଏହି ବିଲ୍‌ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଆଗତ କରାଯାଇଥିଲା। ପରେ ବିଲ୍‌ ଉପରେ ଅଧିକ ଆଲୋଚନା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ଏହି ବିଧେୟକ ଲୋକସଭାରେ ପାରିତ ହେବା ପରେ ରାଜ୍ୟ ସଭାରେ ଆଗତ ହୋଇଛି।

 

 

 

 

Spread the love