29

ଓଡିଶାକୁ ଛୁଟିବ ପୁଞ୍ଜି ନିବେଶ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶାକୁ ଛୁଟିବ ପୁଞ୍ଜିନିବେଶର ସୁଅ। ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି ।

Photo Courtesy – CMO Odisha Official X

୯୬ ହଜାର ୬୮୬ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବ । ଗତକାଲି ୧୧ଟି କମ୍ପାନୀ ପକ୍ଷରୁ ନିବେଶ ପାଇଁ ପ୍ରସ୍ତାବ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଂପାନି ମାନଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି। ଆଇଓସିଏଲ ସହିତ ଏକାକି 56 ହଜାର କୋଟିର ପ୍ରକଳ୍ପ ପ୍ରତିଷ୍ଟା ନେଇ ବୁଝାମଣା ହୋଇଛି।

Photo Coutesy – CMO Odisha Official X

ଅନ୍ୟପକ୍ଷରେ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା କଲେ ୩୦ ଦିନରେ ୩୦ ଏକର ଜମି, ୫୦ ଦିନରେ ୫୦ ଏକର ଜମି, ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଶିଳ୍ପ ସଚିବ। ଓଡ଼ିଶାରେ କେଉଁ କେଉଁ କମ୍ପାନୀ ନିବେଶ କରିବେ, ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ |

 

Spread the love