କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଜଳୁଛି ପଶ୍ଚିମ ଓଡ଼ିଶା, ଏପଟେ ରାଜ୍ୟରେ ଉପରମୁହାଁ ପାରଦ। ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଯାଏ ହିଟୱେଭ୍ କଣ୍ଡିସନ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ କାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେବ। ୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଗତକାଲି ବି ରାଜ୍ୟରେ ସବୁଠୁ ତତଲା ସହର ପାଲଟିଥିଲା ବୌଦ୍ଧ। ବୌଦ୍ଧରେ ଗତକାଲି ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଥିଲା। । ତା’ପଛକୁ ବରଗଡରେ ୪୨ ଡିଗ୍ରୀ, ଅନୁଗୋଳ ୪୦.୭, ଟିଟିଲାଗଡ ୪୦.୫ ଏବଂ ମାଲକାନଗିରି ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ଗତକାଲି ତାପମାତ୍ରା ସାମାନ୍ୟ ଖସି ୩୬.୭ ଡିଗ୍ରୀ ରହିଥିଲା।