38

ରେକର୍ଡ କରିଚାଲିଛି ପାରଦ, ଅଧାରୁ ଅଧିକ ଜଳିଲାଣି ଓଡିଶା

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଅଧାରୁ ଅଧିକ ଜଳିଲାଣି ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ରେକର୍ଡ କରିଚାଲିଛି ପାରଦ । କିଛିଦିନ ହେଲା ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଛି। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହୁଛି ପାରଦ | ୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଆଜି ମଧ୍ୟ ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ । କେବଳ ଏହି ୨ ସହର ନୁହେଁ, ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହୁଛି ତାପମାତ୍ରା । ଏଭଳି ଗ୍ରୀଷ୍ମ ପ୍ରବାହ ଦାଉରୁ ଆସନ୍ତା ୧୯ ଯାଏଁ ତ୍ରାହି ନାହିଁ

ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦେଖି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିକୁ ୨ ଦିନ ଲାଗି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲା ପାଇଁ ବି ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ବାୟୁ ଚଳାଚଳ କରୁଛି । ତା’ସହ ଆକାଶ ମେଘମୁକ୍ତ ଥିବାରୁ ସୂର୍ଯ୍ୟଙ୍କ କିରଣ ପ୍ରଖର ରହୁଛି । ଫଳରେ ଅଧାରୁ ଅଧିକ ଓଡ଼ିଶା ଗରମରେ ସନ୍ତୁଳି ହେଉଛି ।

Spread the love