କର୍ତ୍ତବ୍ୟ ନ୍ୟୁଜ: ବିବାହ ଋତୁରେ ସୁନା ଦରରେ ହୁ ହୁ ହୋଇ ବଢ଼ୀ ଚାଲିଛି ସୁନା ଦର । ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ତେବେ ଆଜି ସୁନା ଦରରେ ପୁଣି ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ଜାଣନ୍ତୁ କଣ ରହିଛି ଦର?
ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଥିବା ବେଳେ ଆଜି ସାମାନ୍ୟ କମିଛି ସୁନା ଦର । ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୮୦,୫୦୦ ଟଙ୍କା ଥିବା ବେଳେ ଆଜି ଏହା ହ୍ରାସ ପାଇ ୮୦,୪୯୦ ଟଙ୍କାରେ ପହଞ୍ଚିଛି।