157

ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଭେଟେରାନ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ICUରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ଉତ୍ତମ ମହାନ୍ତିଙ୍କୁ ବାହାର ରାଜ୍ୟକୁ ଏୟାର ଆମ୍ବୁଲାନ୍ସ କରାଯାଇପାରେ | ଉତ୍ତମ ମହାନ୍ତି ପଟିଆରେ ଥିବା ଏକ ଘରୋଇ ହସପିଟାଲକୁ ରେଗୁଲାର ଚେକ୍‌ଅପ୍‌ ପାଇଁ ଆସିଥିଲେ। ଚେକ୍‌ଅପ୍‌ ସମୟରେ ସେ ଗୁରୁତର ହୋଇପଡ଼ିଥିଲେ। ତାପରେ ତାଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା।

ଉତ୍ତମ ମହାନ୍ତିଙ୍କ ନିକଟରେ ତାଙ୍କ ପରିବାର ଓ ସଂପର୍କୀୟ ଥିବା ବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ତାଙ୍କ ପାଖରେ ଏବେ ଉପସ୍ଥିତ ନାହାନ୍ତି। ସେ ଫିଲ୍ମ ସୁଟିଂ ପାଇଁ କେନ୍ଦୁଝରରେ ଥିବା ଜଣାଯାଇଛି। ୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଥିଲେ। ତିନିବର୍ଷ ପରେ ପୁଣି ‘ପତିପତ୍ନୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେ ଚଢି ଚାଲିଥିଲେ ସଫଳତାର ପାହାଚ |

ଏୟାର ଆମ୍ବୁଲାନ୍ସରେ ଉତ୍ତମ ମହାନ୍ତିଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ଚାଲିଛି। କେଉଁଠି ଏୟାର ଆମ୍ବୁଲାନ୍ସ କରାଯିବ କଥାବାର୍ତ୍ତା ଚାଲିଛି। ଭଲରେ କିପରି ସ୍ଥାନାନ୍ତର କରାଯିବ ସେନେଇ ବ୍ୟବସ୍ଥା କରାଯାଉଛି। ୩ରୁ ୪ ଦିନ ହେବ ଉତ୍ତମ ସାର ଚିକିତ୍ସାଧୀନ ଅଛନ୍ତି ବୋଲି ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୋଜ ସାହୁ କହିଛନ୍ତି |

Spread the love