113

ଆଜି ୧୮ ଲକ୍ଷ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ:  ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଆଜି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ NPCI ରେ ଅସୁବିଧା ଯୋଗୁଁ ବଞ୍ଚିତ ହେଲେ ମାର୍ଚ୍ଚ ୮ରେ ଟଙ୍କା ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସେପଟେ ପର୍ଯ୍ୟାୟ ପରେ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳୁଥିଲେ ବି ଅନେକ ଆବେଦନକାରୀ ଏହା ନପାଇ ଅସନ୍ତୋଷ ପ୍ରକାଶ କରିଥିଲେ । ତାସହ ଆଜି ସେମାନଙ୍କୁ ଟଙ୍କା ମିଳିଯିବ ବୋଲି ଆଶା ବି ରଖିଛନ୍ତି ।

ଏହି ପର୍ଯ୍ୟାୟ ଟଙ୍କା ପ୍ରଦାନ ପରେ ମୋଟ ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ବୋଲି ଗତକାଲି ସମ୍ବଲପୁରରେ ସୂଚନା ଦେଇଛନ୍ତି ପ୍ରଭାତୀ ।NPCI ରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା । ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି । ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ | ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଯାଜପୁର ବ୍ୟାସନଗର ଚାନ୍ଦମା ପଡ଼ିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ପାଇଁ ହୋଇଛି ବ୍ୟାପକ ଆୟୋଜନ । ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର, କୋରେଇ ଓ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନ ପାଇଁ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।

Spread the love