କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡିଶାରେ ପହଁଚିଲେ ନରେନ୍ଦ୍ର ମୋଦି | ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ରାଜଭବନରେ ରାତ୍ରି ଯାପନ କରିବେ ମୋଦି। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ | ଆଜି ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ରହିବା କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରିଯିବା ନେଇ ରହିଛି ସୂଚନା |
ଏପଟେ ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିଛନ୍ତି। ସ୍ୱାଗତ ଭାଷଣରେ ଭାରତ ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢେଇବାକୁ ଆହ୍ୱାନ ଦେଇଥିଲେ ମାଣ୍ଡଭ୍ୟ। ବିଶେଷ କରି ଦେଶ ବିଦେଶରେ ଯୁବ ନେତୃତ୍ୱର ବିକାଶ ଏବଂ ଏକ ଲକ୍ଷ ଯୁବ ନେତୃତ୍ୱ ତିଆରି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।