128

୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା!

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଶୀତରେ ଥରୁଛି ସାରା ଓଡିଶା । ୧୦ ଡିଗ୍ରୀ ତଳେ ରହିଛି ୯ଟି ସହରର ତାପମାତ୍ରା | ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ରାଉରକେଲାରେ ୮.୭ ଡିଗ୍ରୀ ରେକର୍ଡ ହୋଇଛି । । କୋରାପୁଟରେ ୮.୮ ଡିଗ୍ରୀ, ଝାରସୁଗୁଡାରେ ୯, ଅନୁଗୁଳ ୯, ଦାରିଙ୍ଗବାଡି ୯.୫ ଭବାନୀପାଟଣା ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରୀକୁ ଖସିଛି । ସେହିପରି କେନ୍ଦୁଝରରେ ୧୦.୪ ଡିଗ୍ରୀ, ହୀରାକୁଦରେ ୧୧.୬ ଡିଗ୍ରୀ ଥିବା ବେଳେ ସମ୍ବଲପୁର ୧୧.୯ ଡିଗ୍ରୀ ରେକର୍ଡ ହୋଇଛି । ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି । ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି । ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା ହେଉଛି ।

ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଂଜରେ କୁହୁଡି ସମ୍ଭାବନା ରହିଛି । ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |

 

Spread the love