କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମହାପ୍ରଭୁଙ୍କ ଜଗନ୍ନାଥନ୍କ ଆଶିଷ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ନୂଆ ରାଜ୍ୟପାଳ । ଆସନ୍ତାକାଲି ରହିଛି ନୂଆ ରାଜ୍ୟପାଳନ୍କ ଶପଥ ପାଠ କାର୍ଯ୍ୟକ୍ରମ। ରାଜଭବନରେ ଏନେଇ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହାପୂର୍ବରୁ ମିଜୋରାମ ରାଜଭବନରେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ସୋସିଆଲ୍ ମିଡିଆ ସାଇଟ୍ X ରେ ସୂଚନା ଦେଇଛନ୍ତି ହରିବାବୁ ।
୨୦୧୪ରେ ବିଶାଖାପାଟଣା ଲୋକସଭାରୁ ସାଂସଦ ଥିଲେ । ବିଜେପି ଟିକେଟରେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୧୯୯୯ରେ ବିଶାଖାପାଟଣା-୧ ଆସନରୁ ବିଧାୟକ ଥିଲେ ହରିବାବୁ କମ୍ଭମପତି । ୨୦୧୪-୨୦୧୮ ଯାଏଁ ଥିଲେ ଆନ୍ଧ୍ରପ୍ରଦେଶ ବିଜେପି ରାଜ୍ୟ ସଭାପତି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୧୯୫୩ ମସିହାରେ ଜନ୍ମଗ୍ରହଣ କରି ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନରେ ବି-ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଥିଲେ ହରିବାବୁ କମ୍ଭମପତି ।
୨୪ ବର୍ଷ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରିଥିଲେ । ଛାତ୍ର ନେତା ଭାବରେ ୧୯୭୨ରେ ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ । ଜରୁରିକାଳୀନ ସ୍ଥିତି ବେଳେ ଗିରଫ ହୋଇ ୬ ମାସ ଯାଇଥିଲେ ଜେଲ୍ । ୧୯୭୭ରେ ଆନ୍ଧ୍ରପ୍ରଦେଶରେ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଥିଲେ ।୧୯୭୮ରେ ଜନତା ଦଳର ଆନ୍ଧ୍ରପ୍ରଦେଶ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ ହରିବାବୁ କମ୍ଭମପତି । ୧୯୯୩ରୁ ୨୦୦୩ ଯାଏ ସେ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ । ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଥିଲେ ହରିବାବୁ କମ୍ଭମପତି । ୨୦୧୪ରୁ ୨୦୧୯ ଯାଏ ସାସଂଦ ଥିବା ବେଳେ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ରହିଥିଲେ ।