82

ସୁନା ଦରରେ ବଡ ପରିବର୍ତନ !

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ନୂଆ ବର୍ଷରେ ଘରକୁ ଆଣିବାକୁ ଚାହୁଁଛନ୍ତି କି ସୁନା ଅଳଙ୍କାର ? ତେବେ କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦର । ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ହୋଇନାହିଁ କୌଣସି ପରିବର୍ତ୍ତନ  । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୭,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୧,୨୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୧୨୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୭,୦୦୦ ଟଙ୍କା ରହିଛି । କଟକରେ ମଧ୍ୟ ସୁନା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୧,୨୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୧୨୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୬,୮୦୦ ଟଙ୍କା ରହିଛି । ଏହାଛଡା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି  । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୮.୯୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୯୧.୨୦ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୮୯୦ ଓ ୧ କେଜି ପିଛା ୯୮,୯୦୦ ଟଙ୍କା ରହିଛି।

Spread the love