84

IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍ !

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ CBIର ସମନ୍। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ୍ ହୋଇଛି । ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ତେବେ ଏ ନେଇ ବିଷ୍ଣୁପଦ ସେଠୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ | ଗତ ୬ ତାରିଖ ଶନିବାର ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନାରେ ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏକ ଦାମୀ କାର ଯାଞ୍ଚକରି କାର୍ ଭିତରୁ ବଣ୍ଡଲ ବଣ୍ଡଲ୍ ନୋଟ୍ ପାଇଥିଲେ |

ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, କିଛି ସୁନା ବି ମିଳିଥିବା କୁହାଯାଉଛି । ଏହାପରେ ଗାଡ଼ିରେ ଥିବା ୪ ଜଣଙ୍କୁ ହେପାଜତକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ ।  ବ୍ରିଜ୍ ଆଣ୍ଡ୍ ରୁଫ୍ କୋ’ର ବ୍ରାଞ୍ଚ ଅଫିସ୍ ଏବଂ ସୁପରକ୍ଲାସ୍ କଣ୍ଟ୍ରାକ୍ଟର ଦେବବ୍ରତ ମହାପାତ୍ରଙ୍କ ଘରେ ରେଡ୍ ଚାଲିଥିଲା । ଲାଞ୍ଚ କରାବାର ମାମଲାରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା CBI। ଚଞ୍ଚଲ ମୂଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି CBI । ଏହି ଘଟଣାରେ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରକୁ ସମନ୍ କରିଛି CBI। ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସମନ୍ କରାଯାଇଥିବା ନେଇ ସୂଚନା ମିଳିଛି।

Spread the love