କର୍ତବ୍ୟ ନ୍ୟୁଜ ବ୍ୟୁରୋ: ବର୍ତ୍ତମାନ ସମୟରେ କ୍ୟାନ୍ସରର ଏକ ମହାମାରୀ ପରି ବ୍ୟାପି ଚାଲିଛି । ଥରେ ଯାହାକୁ କ୍ୟାନ୍ନସର ହେଉଛି, ସେହି ବ୍ୟକ୍ତି ବଞ୍ଜିବା ଅସମ୍ଭବ ହୋଇପଡୁଛି । କିନ୍ତୁ ଏବେ ଏହି ଅସମ୍ଭବ କାର୍ଯ୍ୟକୁ ସତ କରି ଦେଖାଇଛନ୍ତି ଭାରତର ଜଣାଶୁଣା ଦମ୍ପତ୍ତି ନବଜେ୍ାତ୍ ସିଂ ସିଦ୍ଧୁ ଏବଂ ତାଙ୍କ ଧର୍ମପତ୍ନୀ ନବଜୋତ୍ କୌର ସିଦ୍ଧୁ । କ୍ୟାନ୍ସର ଲାଷ୍ଟ ଷ୍ଟେଜ୍ରୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ସିଦ୍ଧୁଙ୍କ ପତ୍ନୀ ନବଜେତ୍ କୌର ସିଦ୍ଧୁ । କେବଳ ଏହି ଖାଦ୍ୟ ଖାଇ ସେ ଆରେଗ୍ୟ ଲାଭ କରିଛନ୍ତି ।
ତେବେ ଆସନ୍ତୁ ଜାଣିବା କ୍ୟାନ୍ସର ହୋଇଥିବା ବ୍ୟକ୍ତି କଣ ଖାଇବା ଉଚିତ୍ ନୁହେଁ ।
ଗାଇ ଷୀର ଭୁଲରେ ବି ଖାଆନ୍ତୁ ନାହିଁ । ସେଥିରୁ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ସ ଶାରୀରକୁ ଯାଇଥାଏ । ଗହମ ଜାତୀୟ ଖାଦ୍ୟ ଯେମିତିକି ଅଟା, ରିଫାଇନ୍ଡ ମଇଦା ଯେମିତିକି ଜଲପି , ଛଣା ଜିନିଷ ଯେମିତିକି ସିଙ୍ଗଡା ଏବଂ ରିଫାଇନ୍ଡ ସୁଗାର ଜାତୀୟ ଖାଦ୍ୟ କ୍ୟାନ୍ସର ପିଡୀତ ବ୍ୟକ୍ତି ଖାଇବା ଉଚିତ୍ ନୁହେଁ ।
ଏବେ ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଆମେ କ୍ୟାନ୍ସର ଭଳି ମହାମାରି ଠାରୁ ନିଜକୁ ବଞ୍ଜାଇ ପାରିବା ।
କ୍ୟାନ୍ସରରେ ପିଡୀତ ଥିବା ବ୍ୟକ୍ତି କାବୋହାଇଡ୍ରେଟ୍ସ ଏବଂ ସୁଗାର ଜାତୀୟ ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ୍ । ଏହା ଦ୍ୱାରା ଶରୀରରୁ ଧୀରେ ଧୀରେ କ୍ୟାନ୍ସର ସେଲଗୁଡିକ ନଷ୍ଟ ହୋଇ ଯିବ । କ୍ୟାନ୍ସର ପିଡୀତ ବ୍ୟକ୍ତି ଦିନ ୧୦ଟାରୁ ଖାଦ୍ୟ ଖାଇବା ଆରମ୍ଭ କରିବେ ଏବଂ ସଂନ୍ଧ୍ୟା ୭ ଟାରୁ ୭.୩୦ ମଧ୍ୟରେ ରାତ୍ରି ଖାଇବା ଖାଇବେ । ସଂନ୍ଧ୍ୟା ୭.୩୦ ପରେ ଆଉ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଦିନ ୧୦ଟାରେ ପ୍ରଥମେ ନଖ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବେ । ଏହା ପରେ କଞ୍ଜା ହଳଦୀ, ଗୋଟିଏ ଫୁଟ ରସୁଣ, ଗୋଟିଏ ସେଓ । ପରେ ୩୦ ମିନିଟ୍ ବ୍ୟବଧାନରେ ୫୦ଗ୍ରାମ ପାଖାପାଖି ୧୦ ରୁ ୧୨ଟି ନିମ୍ବ ପତ୍ର ଖାଇବେ । ଏହା ସହ ତୁଳସୀ ପତ୍ର ଏବଂ ବେରୀ ଖାଇବେ । ଏହାପରେ ଡାଲଚିନ୍କୁ ପାଣି ଦେଇ ଗରମ କରିବେ ଏବଂ ସେଥିରେ କଳା ମରିଚ, ଲବଙ୍ଗ , ଗୁଜୁରାତି ସହ ଚିମୁଟାଏ ଗୁଡ ମିଶାଇ ଚାହା କରି ପିଇବେ । ଗାଇ କ୍ଷୀର ଖାଇବେ ନାହିଁ । ଆଉ ଏହି ଚାହାରେ ଗୁଡ ନ ମିଶାଇଲେ ଆହୁରି ଭଲ । ଏହା ପରେ ମଧ୍ୟାହ୍ନ ଖାଦ୍ୟରେ ଏକ ଗ୍ଲାସ୍ ଜୁସ୍ । ଖଟା, କଷା, ପିତା ଜାତୀୟ ଫଳ ପ୍ରସ୍ତୁତ କରି ପିଇବେ । ଯେଉଁ ଫଳର ଭିତର ରଙ୍ଗ ଧଳା ହୋଇଥିବ , ଯେମିତିକି ବଜାରରେ ମିଳୁଥିବା ସୁବୁଜ ରଙ୍ଗର ସେଓ, ଜାମୁଡୋଳ, ନଡିଆକୋଳି ବା ରାମ କୋଳୀ, ପିଜୁଳି, ଦେଶୀ କମଳା, କଞ୍ଜା ଆମ୍ବ ଇତ୍ୟାଦି । ଏହି ସମୟରେ ଖଟା, କଷା ଏବଂ ପିତା ଜାତୀୟ ଖାଦ୍ୟ ଖାଇଲେ ଏହା କ୍ୟାନ୍ସର ସେଲ୍ଗୁଡିକୁ ଅବିଳମ୍ବେ ନଷ୍ଟ କରିଥାଏ । ଏହା ପରେ ୧ ଘଣ୍ଟାରୁ ୧.୩୦ ମିନିଟ୍ ବ୍ୟବଧାନରେ ବ୍ଲୁ ବେରିସ୍ କିମ୍ବା ଡାଳିମ୍ବ ସହ ୪ ପିସ୍ ଅଖରୋଟ ଏବଂ ୨ଟି ବ୍ରାଜିଲ ନଟ୍ସ୍ । ଏହାର କିଛି ସମୟ ପରେ ବିଟ୍ରୁଟ, ଗାଜର, ଏବଂ ଗୋଟିଏ ଅଁଳାକୁ ମିଶାଇ ଏକ ଗ୍ଲାସ୍ ଜୁସ୍ ପିଅନ୍ତୁ । ଏହା ପରେ ୭ ଟାରୁ ୭ଟା ୩୦ ମଧ୍ୟରେ କିନୋଆ ଅଟାକୁ ସିଜେଇକି ଖାଇବେ । କିନୋଆ ଗହମ ପରି ଏକ ଶସ୍ୟ କିନ୍ତୁ ଏଥିରେ କାବ୍ରୋହାଇଡ୍ରେଟ୍ର ମାତ୍ର ବହୁତ୍ କମ୍ ରହିଥାଏ । ନଚେତ୍ ବାଦାମ ଅଟାରେ ପ୍ରସ୍ତୁତ ହୋଇଥିବା ରୁଟି ସହ ଅଳ୍ପ ଟିକେ ସବୁଜ ପରିବାରେ ପ୍ରସ୍ତୁ୍ତ ସନ୍ତୁଳା ସହ ବହୁ ମାତ୍ରାରେ ସାଲଡ୍ ବନେଇ ଖାଇବେ । ଆଉ ଯଦି ପାରିବେ ସକାଳ ସକାଳୁ ସୂର୍ଯ୍ୟ କରିଣରେ ବସିବେ । ଏତିକି କରିବା ଦ୍ୱାରା ୪୦ ଦିନରେ ଆପଣଙ୍କୁ କ୍ୟାନ୍ସରରୁ ଆରୋଗ୍ୟ ହୋଇ ପାରିବେ । ଏକଥା ଆମେ କହୁ ନାହୁଁ । ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରେସ୍ କନ୍ଫରେନ୍ସ କରି ସିଦ୍ଧୁ ଏବଂ ତାଙ୍କ ଧର୍ମପତ୍ନୀ କହିଛନ୍ତି । ନିଜେ ନବଜୋତ କୌର ସିଦ୍ଧୁ ଏପରି ଖାଦ୍ୟ ଖାଇ କ୍ୟାନ୍ସର ଲାଷ୍ଟ ଷ୍ଟେଜରୁ ମୁକ୍ତ ପାଇଛନ୍ତି ।
ନବଜୋତ କୌର ସିଦ୍ଧୁ ଜଣେ ଭାରତୀୟ ରାଜନେତା ଏବଂ ପଞ୍ଜାବ ବିଧାନସଭାର ପୂର୍ବତନ ସଦସ୍ୟ। ସେ ୨୦୧୨ ରେ ଅମୃତସର ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କୁ ମୁଖ୍ୟ ସଂସଦୀୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେ ବୃତ୍ତି ଅନୁଯାୟୀ ଜଣେ ସରକାରୀ ଡାକ୍ତର ଭାବେ ସେବା କରିଥିଲେ। ରାଜନୀତିରେ ପ୍ରବେଶ କରିବା ପାଇଁ ଜାନୁଆରୀ ୨୦୧୨ ରେ ସରକାରୀ ଡାକ୍ତରୀ ଚାକିରୁରୁ ଇସ୍ତଫା ଦେଇଥିଲେ । ୨୦୧୨ ପୂର୍ବରୁ ସେ ଜଣେ ଡାକ୍ତର ଭାବେ ପଟିଆଲା ରଜୀନ୍ଦ୍ର ହସ୍ପିଟାଲ ରେ କାର୍ଯ୍ୟରତ ଥିଲେ । ସେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବିବାହ କରିଛନ୍ତି।
ତେବେ ନବଜେତ୍ କୌର ସିଦ୍ଧୁଙ୍କର କ୍ୟାନ୍ସର ସହ ଏହି ମହାଲଢେଇ ଏବଂ ମହାବିଜୟ ସମ୍ମୁଖରେ ଡାକ୍ତର ମାନେ ମଧ୍ୟ ମୁଣ୍ଡ ନୁଆଁଇଛନ୍ତି । ଖାଲି ପଇସ ଥିବା ଲୋକ ଯେ କ୍ୟାନ୍ସରୁ ମୁକ୍ତି ପାଇ ପାରିବ ତାହା ନୁହେଁ ଜଣେ ନିହାତି ଗରିବ ଲୋକ ମଧ୍ୟ କ୍ୟନ୍ସର ରୋଗରୁ ଆରୋଗ୍ୟ ହୋଇପାରିବ । ଏହି ଡାଇଟ୍ ନିଜେ ସିଦ୍ଧୁ ସମସ୍ତ ଡାକ୍ତରି ବହି ପଢି ବାହାର କରିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ତେବେଦର୍ଶକବନ୍ଧୁ ଆମେ ସମସ୍ତେ ଜାଣିଛେ ଯେ, ଆଜିକାଲି ଆମେ ଖାଉଥିବା ୮୦ ପ୍ରତିଶତ ଖାଦ୍ୟ ନକଲି ଜ୍ଝ ଯେମିତିକି ଗାଇ ଷୀରରେ ପାଉଡର ମିଶାଇ ବ୍ୟବସାୟ ଚାଲିଛି, ସେଭଳି ବଜାରରେ ବିକ୍ରି ହେଉଥିବା ଚାଉଳ, ଡାଲି, ରିଫାଇନ ତେଲ, ପରିବା ମଧ୍ୟରେ କୋବି, ଫଳ ମଧ୍ୟରେ ସେଓ, ଏବଂ ଆମିଷ ମଧ୍ୟରେ ଅଣ୍ଡା ଏଥି ସହ କୁକୁଡାକୁ ଇଞ୍ଜେକସନ୍ ଲଗାଇ ବିକ୍ରି କରୁଛନ୍ତି ବ୍ୟବସାୟୀ । ଜୀବନଯାପନ କରିବା ପାଇଁ ଆମେ ଖାଉଥିବା ମୁଖ୍ୟ ଖାଦ୍ୟଗୁଡିକୁ ବିଷାକ୍ତ କରି ବଜାରରେ ବିକ୍ରି କରାଯାଉଛି ।ମୁଖ୍ୟତଃ କାର୍ବୋହାଇଡ୍ରେଟ ଏବଂ ଗଲୁକ୍ଲୋଜ ଆମ ଶରୀରକୁ ଅଧିକ ପରିମାଣରେ ଯାଉଛି । ଯାହା ଆମ ଶରୀର ପାଇଁ ଉପଯୁକ୍ତ ନୁହେଁ । ଏବଂ ଯାହ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରୁଛି ।
ତେବେ ଶେଷରେ ଏତିକି କହିବୁ ଯଦି ପୂର୍ବ ଭଳି ସମସ୍ତେ ନିଜ ଆବଶ୍ୟକ ପନିପରିବା ନିଜ ବାଡିରେ ଚାଷ କରିବେ ଏବଂ ବାହାର ଖାଦ୍ୟ ନଖାଇ ଘର ଖାଦ୍ୟ ଖାଇବେ । ତେବେ ଏଭଳି ଠକାମିରୁ ହୁଏତ୍ ଆମେ ନିଜକୁ ବଞ୍ଜାଇ ପାରିବା