କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦର ମହକୁମା ଗାନ୍ଧୀସ୍ମୁତି ଭଵନ ଠାରେ କନ୍ଧମାଳ ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ର ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ଏବଂ ସାଧାରଣ ବୈଠକ ଅନୁଷ୍ଟିତ ହେଇଯାଇଛି l ଏହି ବୈଠକରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ ରେ ଥିବା ସି ଏଚ ସି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ମାନେ ଯୋଗଦେଇ ନିଜ ନିଜର ମତଦାନ ପ୍ରକାଶ କରିବା ସହିତ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଆରମ୍ବ କରିଥିଲେ l ବୈଠକ ରେ ଉପସ୍ତିତ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଆଲୋଚନା କ୍ରମେ ନୂତନ ସଭାପତି ଭାବେ ମମତା ନାଥଙ୍କୁ ଚୟନ କରିଥିବା ବେଳେ ସୁଜାତା ବେହେରା ଙ୍କୁ ସେକ୍ରେଟାରୀ ଭାବେ ଚୟନ କରାଯାଇଛି l ସେହିପରି କ୍ୟାସିୟର୍ ଭାବେ ମମିତା ନାୟକ ଏବଂ ସଞ୍ଜିତା ବେହେରା, ବିଦେଶିନୀ ଦାସ ଜଏଣ୍ଟ ସେକ୍ରେଟାରୀ, ଉପ ସଭାପତି ଭାବେ ରାଜଶ୍ରୀ କର ଚୟନ ହେଇଥିବା ବେଳେ କମଳାବତୀ ମଲ୍ଲିକ, ନର୍ମଦା ମହାରଣା ଏବଂ ସାମ୍ବାଦିକ କୁନା ଦିଗାଲଙ୍କୁ ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ନୂତନ ପରାମର୍ଶଦାତା ଭାବେ ଚୟନ କରାଯାଇଛି l ନୂତନ ଭାବେ ଚୟନ ହେଇଥିବା ନୂତନ ସଂଘଠକ କର୍ମକର୍ତା ମାନଙ୍କୁ ସଂଘ ତରଫରୁ ପୁଷ୍ପଗୋଛ ଓ ଉତ୍ତରୀୟ ଦେଇ ସମ୍ନାନିତ କରିଥିଲେ l କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ପଛୁଆ ବର୍ଗ ଜିଲ୍ଲା ହେଇଥିବା ରୁ କିଛି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ କର୍ମୀମାନେ ଯିବା ଆସିବା କରିବା ବହୁ କାଠୀକର ପାଠ ହେଉଛି l କେଉଁଠି ଟାୱାର୍ ନାହିଁ ତ ଆଉ କେଉଁଠି ଯାତାୟତ ନିମନ୍ତେ ଭଲ ରାସ୍ତାଟିଏ ମଧ୍ୟ ନାହିଁ l ବୈଠକଟି କୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ମହିଳା ସ୍ୱାସ୍ଥ୍ୟକର୍ମୀ ଆରତୀ ସାହୁ ମହୋଦୟା l ନୂତନ ଭାବେ ମନନୀତ ହେଇଥିବା ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ର ଅଧ୍ୟକ୍ଷା ମମତା ନାଥ ବୈଠକ ରେ ଉପସ୍ତିତ ଥିବା ସମସ୍ତ ସଂଘଠକ ସଦସ୍ୟା ମାନଙ୍କୁ ଉଦବୋଧନ ଦେଇ ସଂଘ କୁ କିପରି ଆଗକୁ ସୁଚାରୁରୂପେ ତୁଲେଇବେ ଏବଂ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସୁଖ ଦୁଃଖ ରେ ସମସ୍ତ ଙ୍କ ମିଳିତ ସହଯୋଗ ରେ ହାତ ମିଳେଇ ସଂଘଟିକୁ ସୁଦୃଢ଼ କରିବେ ସେନେଇ ବାର୍ତ୍ତା ଦେଇଥିଲେ l ସେହିପରି ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ରାଜ୍ୟ ସରକାରଙ୍କର ନିର୍ଦେଶକୁ ମାନି ସରକାରୀ ନିୟମାବଳୀ ଅନୁଯାଇ ସମସ୍ତ କାର୍ଯ୍ୟ ତୁଲେଇବା ସହିତ ସ୍ଵଛ ଭାରତ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଆଦି କରିବା ନିମନ୍ତେ ଆଲୋଚନା କରିଥିଲେ l ଉକ୍ତ ବୈଠକ ରେ ଉପସ୍ତିତ ଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ତରଫରୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ନାନିତ କରାଯାଇଥିଲା |
236