କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ – ୨୦୨୪ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ମହାରାଷ୍ଟ୍ରର ସୁରକ୍ଷା, ସମୃଦ୍ଧତା ଏବଂ ଉତ୍ତମ ଶାସନ ଉପରେ ଲୋକମାନେ ନିଜର ଆର୍ଶୀବାଦ ଅଜାଡିଛନ୍ତି । ଏଥର ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ମଧ୍ୟ ଜନତା ଏକତାର ମନ୍ତ୍ରରେ ସମ୍ମିଳିତ ହୋଇ ବିଜେପି – ଏନଡିଏ ମେଂଟକୁ ବିପୁଳ ମାତ୍ରାରେ ସମର୍ଥନ ଜଣାଇଛନ୍ତି । ଛତ୍ରପତି ଶିବାଜୀ ମହାରାଜାଙ୍କ ଭୁମି, ସତ୍ୟ, ନ୍ୟାୟ ଏବଂ ବୀରତାର ପ୍ରତୀକ ଅଟେ । ଏଥର ରାଜ୍ୟବାସୀ ପୁଣି ଥରେ ସତ୍ୟ ତଥା ପ୍ରଗତିର ମାର୍ଗକୁ ଆପଣାଇଛନ୍ତି । ମହାରାଷ୍ଟ୍ରର ଐତିହାସିକ ବିଜୟ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ସମସ୍ତ ସହଯୋଗୀ ଦଳ ଏବଂ କାର୍ଯ୍ୟକର୍ତାଙ୍କୁ ବିଜେପି ରାଜ୍ୟ ସଭାପତି ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
35