153

୨୦୩୬ ଅଲିମ୍ପିକ୍ସରେ ଆୟୋଜକ ସହର ହେବ ଜାତୀୟ ରାଜଧାନୀ

କର୍ତବ୍ୟ ନ୍ୟୁଜ ବ୍ୟୁରୋ:୨୦୩୬ ଅଲିମ୍ପିକ୍ସ  କ୍ରୀଡ଼ା ଆୟୋଜନ ନେଇ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ  କମିଟି (ଆଇଓସି) ନିକଟରେ ଆଗ୍ରହ ପତ୍ର ଦାଖଲ କରି ସାରିଛି । ମୁମ୍ବାଇ, ଅହମ୍ମଦାବାଦ ଓ ଦିଲ୍ଲୀ ମଧ୍ୟରୁ  କେଉଁଠି କ୍ରୀଡ଼ା ଆୟୋଜିତ ହେବ ତାହା ସ୍ପଷ୍ଟ ହୋଇ  ନାହିଁ । ମାତ୍ର ଜାତୀୟ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, ମୁମ୍ବାଇ କିମ୍ବା ଅହମ୍ମଦାବାଦ ନୁହେଁ ବରଂ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଓ ଆଗ୍ରା କ୍ରୀଡ଼ା ଆୟୋଜକ ସହର ହେବ ।’ ତାଜମହଲକୁ କ୍ରୀଡ଼ାର ମୁଖ୍ୟ ଆକର୍ଷଣ କରାଯିବ । ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆକର୍ଷଣକୁ ଦୃଷ୍ଟିରେ ରଖି ସହର ଚୂଡ଼ାନ୍ତ ହେବ । ପୂର୍ବ ସୂଚନା ଅନୁସାରେ, କେନ୍ଦ୍ର ସରକାର ଅହମ୍ମଦାବାଦରେ  ଅଲିମ୍ପିକ୍ସ ଆୟୋଜନ ନେଇ ଲକ୍ଷ୍ୟ ରଖିଛନ୍ତି । ଏଥିରେ ମୁମ୍ବାଇ ନାମ ମଧ୍ୟ ଯୋଡ଼ି ହୋଇଛି । ତେବେ ସବୁ ଦିଗକୁ  ବିଚାରକୁ ନେଇ ଆୟୋଜକ ସହର ଚୂଡ଼ାନ୍ତ କରାଯିବ ।

Spread the love