କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏମିତିକି ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସରକାରୀ ତଥ୍ୟ ଅନୁୟାୟୀ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ପ୍ରାୟ ୫ ଲକ୍ଷ ଆକାଉଣ୍ଟ ନମ୍ବର ସହ ଆଧାର ଓ ମୋବାଇଲ ନମ୍ବରର ତାଳମେଳ ନାହିଁ । ଏଥିପାଇଁ ଏହି ଆକାଉଣ୍ଟଧାରୀମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏକାଧିକ ଆକାଉଣ୍ଟ ଓ ଏକାଧିକ ମୋବାଇଲ ନମ୍ବର ଯୋଗୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ମୋବାଇଲ ଓ ଆଧାରର ତାଳମେଳ ହୋଇପାରୁନାହିଁ। ଆବେଦନକାରୀ ଯଦି ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସହ ଆଧାର ଓ ମୋବାଇଲ ଲିଙ୍କ୍ କରନ୍ତି ତେବେ ଆସନ୍ତା ୨୪ରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ ବି ପ୍ରଥମ କିସ୍ତି ଟଙ୍କା ମିଳିପାରିବ।
66