161

ଆଜି ଭାରତ-ଚୀନ ଫାଇନାଲ ଫାଇଟ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ । ବିହାର ରାଜଗିରିରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିର ଆଜି ଖେଳାଯିବ ଫାଇନାଲ ମ୍ୟାଚ । ଘରୋଇ ଭାରତ ଓ ଚୀନ ମଧ୍ୟରେ ହେବ ଫାଇନାଲ ଫାଇଟ । ପଞ୍ଚମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଦଳ ଏଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି । ଗତକାଲି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଜାପାନକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ । ୨-୦ ଗୋଲରେ ଜାପାନକୁ ପରାସ୍ତ କରି ବାଜି ମାରିନେଇଥିଲା ଭାରତୀୟ ମହିଳା ହକି ଦଳ । ଆଜି ଫାଇନାଲ ମ୍ୟାଚରେ ଚୀନକୁ ଭେଟିବ ଭାରତ । ଲିଗ ପର୍ଯ୍ୟାୟ ମ୍ୟାଚରେ ଚୀନକୁ ପରାସ୍ତ କରିଥିଲା ଭାରତ । ରେକର୍ଡ ଆଧାରରେ ଭାରତର ପଲ୍ଲା ଭାରି ଅଛି । ଚମ୍ପିଆନସିପରେ ଅପରାଜେୟ ଥିବା ଭାରତ ଆଜିର ମୁକାବିଲା ଜିତିବାକୁ ପ୍ରୟାସ କରିବ ।

ପ୍ରତିଯୋଗିତାରେ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଯଦି ଦଳ ଚାମ୍ପିଅନ ହେବାରେ ସଫଳ ହୁଏ, ତେବେ ଦକ୍ଷିଣ କୋରିଆ ସହ ସର୍ବାଧିକ ଥର ଚାମ୍ପିଅନ ହେବାର ରେକର୍ଡର ସମକକ୍ଷ ହୋଇପାରିବ । ପୂର୍ବରୁ ଭାରତ ୨୦୧୬ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା । ୨୦୨୩ ଓ ୨୦୧୮ରେ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା । ଦକ୍ଷିଣ କୋରିଆ ସର୍ବାଧିକ ୩ ଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିଅନ ହୋଇଛି ।

Spread the love