186

କନ୍ଧମାଳ କିରାଣୀ ଙ୍କୁ ମୋହନ ଛାଟ କେବେ !

କର୍ତବ୍ୟ ନ୍ୟୁଜ ବ୍ୟୁରୋ: କନ୍ଧମାଳ ଜିଲ୍ଲା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ତିନି ଜଣ କିରାଣୀ ଯଥା ରମାକାନ୍ତ ସାହୁ, ନିଖିଳ ସାହା, ଅଖିଳ ସାହା ଙ୍କୁ କନ୍ଧମାଳ ଜିଲ୍ଲା ରୁ ନୂତନ ସରକାର ଙ୍କ ନଜର କେବେ ପଡ଼ିବ ? ବିଜେଡି ସରକାର ଙ୍କ ଗୁଲାମୀ କରି କନ୍ଧମାଳ ଜିଲ୍ଲା ର ଗରିବ ନିରୀହ ଜନ ସାଧାରଣ ଲୋକ ଙ୍କୁ ହଇରାଣ ହରକତ କରୁଥିବା ଏହି ତିନି କିରାଣୀ ଙ୍କ ନାମରେ ବାରମ୍ବାର ଅଭିଯୋଗ ହେଇଥିଲେ ମଧ୍ୟ ପୂର୍ବତନ ଦୁର୍ନୀତିକାରି ତିନି ଜିଲ୍ଲାପାଳ ଏଭଳି କର୍ମଚାରୀ ମାନଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ଭିତିରିଆ ଲାଞ୍ଚ ନେଇଁ ଏମାନଙ୍କ ପ୍ରତି କୌଣସି ପଦକ୍ଷେପ ନିଅନ୍ତି ନାହିଁ ବଲି ଚର୍ଚା ହେଉଛି l ପୂର୍ବତନ ଜିଲ୍ଲାପାଳ ତଥା ରେଘୁ ଜି, ବୃନ୍ଦା ଡ଼ି, ଏବଂ ଆଶିଷ ଶିଶ୍ୱର ପାଟିଲ୍ ଏହି ତିନି ଜିଲ୍ଲାପାଳ ଙ୍କୁ ହାତ ବାର୍ଷି କରି ଏମାନେ ଦୁର୍ନୀତି ର ଗନ୍ଥା ଘର ସାଜିଥିବା କିଛି ତଳ କର୍ମଚାରୀ ମାନେ ଏବଂ ଗରିବ ନିରୀହ ଜନ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି l ଯାହା ଫଳରେ କି ଜିଲ୍ଲା ରେ କୌଣସି ସୁଚିନ୍ତକ କାର୍ଯ୍ୟକ୍ରମ ହେବାରେ ବିଫଳ ହେଉଚି l ତେଣୁ ନୂତନ ସରକାର ଏହି ଦୁର୍ନୀତିକାରି ତିନି କର୍ମଚାରୀ ଙ୍କୁ କନ୍ଧମାଳ ଜିଲ୍ଲା ରୁ ଅନ୍ୟତ୍ର ବଦଳି କଲେ ଜିଲ୍ଲାବାସି ବେସ୍ ଖୁସି ବ୍ୟକ୍ତ ହୁଅନ୍ତେ ଏବଂ ଜିଲ୍ଲା ରେ ଉର୍ନତି ମୂଳକ କାର୍ଯ୍ୟକ୍ରମ ମଧ୍ୟ ଅତି ସୁନ୍ଦର ଭାବେ ହେଇପାରନ୍ତା l କନ୍ଧମାଳ ଜିଲ୍ଲା ରେ କାର୍ଯ୍ୟରତ ଅଣ ସୂଚିତ ଜାତି ଓ ଅଣ ସୂଚିତ ଜନ ଜାତି ସମ୍ପ୍ରଦାୟ ର କର୍ମଚାରି ମାନଙ୍କୁ ଏମାନେ ନାହିଁ ନ ଥିବା ହଇରାଣ ହରକତ କରୁଥିବା ଦେଖିବାକୁ ମିଳୁଛି l

ଏପରିକି କୌଣସି ଏ ସି, ଏଷ୍ଟି ସମ୍ପ୍ରଦାୟ କର୍ମଚାରୀ ମାନଙ୍କର କାହାର ରେଗୁଲାର ହେବ ତ ଆଉ କାହାର ପ୍ରମସନ୍ ହେବାକୁ ଥିବ, ଏହି ତିନି କର୍ମଚାରୀ ତାହା କରେଇ ଦେଉନ ଥିବା କିମ୍ବା ପ୍ରମସନ୍ ଲିଷ୍ଟ ମଧ୍ୟ କୌଣସି ତଳିଆ କର୍ମଚାରି ମାନଙ୍କୁ ଦେଉ ନ ଥିବା ବଡ଼ ଦୁଃଖର ସହିତ ମୌଖିକ ଅଭିଯୋଗ କରିଛନ୍ତି ଅନେକ ନିର୍ଯାତନା ର ଶିକାର ହେଉଥିବା କର୍ମଚାରୀ ମାନେ l କନ୍ଧମାଳ ଜିଲ୍ଲା ଏକ ଶାନ୍ତ ସରଳ ନିରୀହ ଜନ ଆଦିବାସୀ ବହୁଳ ଜିଲ୍ଲା ହେଇଥିବାରୁ ଏଭଳି ଦୁର୍ନୀତିକାରି କର୍ମଚାରୀ ମାନେ ନିରୀହ ଲୋକ ଙ୍କୁ ନାହିଁଥିବା ହଇରାଣ ହରକତ କରୁଛନ୍ତି l ଏପରିକି ତଳ କର୍ମଚାରୀ ମାନଙ୍କୁ ଚାକିରୀ ରୁ ବାହାର କରିଦେବା ଜିଲ୍ଲାପାଳ ଙ୍କୁ ମିଛ କହି ଅନ୍ୟତ୍ର ବଦଳି କରିଦେବା ଧମକ ର ଭୟ ଦେଇ ନାଲି ଆଖି ଦେଖେଇ ଥାନ୍ତି l ତଳ କର୍ମଚାରୀ ମାନେ ଚାକିରୀ ଭୟରେ ଏମାନଙ୍କୁ କୌଣସି କଥା କହିବାକୁ ସାହାସ କରନ୍ତି ନାହିଁ ତେଣୁ (AICWC )ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲଙ୍କୁ ଜନ ସାଧାରଣ ଏବଂ ଏହି ତିନି କର୍ମଚାରୀ ଙ୍କ ଜରିଆରେ ନିର୍ଯାତିତ ହେଉଥିବା କିଛି ସରକାରୀ କର୍ମଚାରୀ ଅଭିଯୋଗ କରିଛନ୍ତି l କୌଣସି ଦୁର୍ନୀତି କାରି କର୍ମଚାରି ଙ୍କୁ କ୍ଷମା ନାହିଁ ବଲି ଡିଣ୍ଡିମ ପିଟୁଥିବା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ ପ୍ରଶ୍ନ ରଖିଛନ୍ତି କି ଦୀର୍ଘବର୍ଷ ଧରି ଦୁର୍ନୀତି କରି ରହିଆସୁଥିବା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ତିନି କିରାଣୀଙ୍କୁ ମୋହନ ଛାଟ କେବେ ? ବୋଲି ପ୍ରଶ୍ନ ରଖିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ l

Spread the love