27

ଆସନ୍ତୁ ଜାଣିବା କେମିତି ତିଆରି ହୁଏ ମୁଗକାନ୍ତି ପିଠା

କର୍ତବ୍ୟ ନ୍ୟୁଜ ବ୍ୟୁରୋ: କୁହାଯାଏ ଓଡ଼ିଶାର ଖାଇବା ଏବଂ ଖାଦ୍ୟ ପ୍ରଣାଳୀ ସାରା ବିଶ୍ୱରେ କୋଉଠିବି ଦେଖିବାକୁ ମିଳେନି | ଓଡ଼ିଶାର ଖାଦ୍ୟର ଲୋକପ୍ରିୟତା ଏବଂ ଚାହିଦା ସବୁ ସ୍ଥାନରେ ରହିଛି | ତେବେ ଆଜି ଆସନ୍ତୁ ଜାଣିବା ଓଡ଼ିଶାର ଏକ ପ୍ରସିଦ୍ଧ ପିଠା ମୁଗକାନ୍ତି ବିଷୟରେ | ଏହା ଏକ ଲୋକପ୍ରିୟ ମିଠା ପିଠା ଯେଉଁଥିରେ ମୁଙ୍ଗ ଡାଲ ଏବଂ ଚାଉଳ ବ୍ୟବହାର କରାଯାଏ | ପର୍ବପର୍ବାଣିରେ ଏହା ଓଡିଆ ଘରେ ପ୍ରସ୍ତୁତ ଏବଂ ପରିବେଷଣ କରାଯାଏ |

ପ୍ରଥମେ ଜାଣିବା ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆବଶ୍ୟକୀୟ ଉପକରଣ ସବୁ କଣ ଦରକାର

ମୁଗାକାନ୍ତି ପିଠା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ୨୦୦ ଗ୍ରାମ ମୁଗଡାଲି, ୨୦୦ ଗ୍ରାମ ଚିନି, ୫୦ ଗ୍ରାମ ଚାଉଳ, ଗୋଟେ କପ୍ କ୍ଷୀର, ଗୋଟେ ଚାମଚ ଅଳେଇଚ ଗୁଣ୍ଡ ଏବଂ ହାଫ ଲିଟର ରିଫାଇନ ତେଲ | ଏହି ସବୁ ସାମଗ୍ରୀକୁ ବ୍ୟବହାର କରି ଆପଣ ପ୍ରସ୍ତୁତ କରିପାରିବେ ଏହି ସୁନ୍ଦର ପିଠାକୁ |

ତେବେ ବର୍ତମାନ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମୁଗାକାନ୍ତି ପିଠା

ପ୍ରଥମେ ମୁଗ ଡାଲି ଏବଂ ଚାଉଳକୁ ପ୍ରାୟ ୩ ଘଣ୍ଟା ପାଣିରେ ଭିଜାନ୍ତୁ | ସେଗୁଡିକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା’ପରେ ଭଲ ଭାବରେ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ତିଆରି କରନ୍ତୁ |ତାପରେ ପ୍ରାତମେ ପ୍ୟାନକୁ ଗରମ କରନ୍ତୁ | କ୍ଷୀରକୁ ପ୍ୟାନରେ ରଖନ୍ତୁ ଏବଂ ସେଥିରେ ଚିନି ମିଶାନ୍ତୁ | କ୍ଷୀରକୁ ଭାଲାଭବେ ଘାଣ୍ଟନ୍ତୁ ଯାହା ଦ୍ୱାରା ଚିନି କ୍ଷୀର ସହିତ ଭଲରେ ମିଶିଯିବ | ତାପରେ ସେଥିରେ ବଟା ହୋଇଥିବା ମୁଗ ପେଷ୍ଟ ମିଶାଇ ଦିଅନ୍ତୁ | ଯେତେବେଳେ ପେଷ୍ଟ କ୍ଷୀର ସହ ଭାବେ ମିଶି ଯାଉଛି ଏବଂ କଠିନ ହେବାପୀ ଯାଉଛି ସେଥିରେ ଅଳେଇଚ ପାଉଡର ମିଶାଇ ଭଲ ଭାବରେ ଗୋଳାନ୍ତୁ | ବର୍ତ୍ତମାନ ଏକ ଥାଳିରେ ଏକ କୋଟ ତେଲ ଲଗାନ୍ତୁ ଏବଂ ଏଥିରେ ପ୍ରସ୍ତୁତ କରିଥିବା ମିଶ୍ରଣ କାଢ଼ିନିଅନ୍ତୁ | ତାପରେ ଏହାକୁ 15 ମିନିଟ୍ ପାଇଁ ଥଣ୍ଡା ହବାପାଇଁ ଛାଡ଼ିଦିଅନ୍ତୁ | ପେଷ୍ଟ ଥଣ୍ଡା ହବା ପରେ ଏହା ଏକ କେକ ପରି ହୋଇଯିବ |  ତାପରେ ତାକୁ ଛୋଟ ଛୋଟ କରି କାଟିଦିଅନ୍ତୁ | ତାପରେ ଏକ ଭଜା ପ୍ୟାନରେ ତେଲ ପୂର୍ବରୁ ଗରମ କରନ୍ତୁ | କଟା ଖଣ୍ଡ ଗୁଡ଼ିକୁ କମ୍ ନିଆଁରେ ଭାଜନ୍ତୁ, ଯେ ପର୍ଯ୍ୟନ୍ତ ସେଗୁଡିକ ସୁବର୍ଣ୍ଣ ବାଦାମୀ ନହୋଇଯାଇଛି | ବର୍ତମାନ ଆପଣଙ୍କ ମୁଗାକାନ୍ତି ପିଠା ଖାଇବା ପାଇଁ ପ୍ରସ୍ତୁତ |

Spread the love