133

ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା: ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଓମଫେଡ଼ ପ୍ଲାଣ୍ଟ ଜଗିବ ସିସିଟିଭି। ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବ ଓମଫେଡ଼। ଖୁବଶୀଘ୍ର ମାର୍କେଟକୁ ଆସିବ ଓମ୍ଫେଡ ପାଣି ଏବଂ ଚକଲେଟ । ପଂଚାୟତ ଗୁଡିକରେ ଖୋଲିବ ଓମଫେଡ଼ ପାର୍ଲର। ଓମଫେଡ଼ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା। ଆଗାମୀ ଦିନରେ ଓମ୍ଫେଡକୁ ସୃଦୁଢ଼ କରିବା ପାଈଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ। ଏବେ ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି। ପର୍ଯ୍ୟାୟ କ୍ରମେ ଆଉ ଖୋଲିବ।

ସେହିପରି ଓମଫେଡ଼ର ବକେୟା କମୁଛି । ୨ କୋଟି ବକେୟା ଥିବା ବେଳେ 82 ଲକ୍ଷ ଆଦାୟ ହୋଇଛି । ୭ ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ଶ୍ରୀମନ୍ଦିରକୁ ଦୈନିକ ୪ ଟନ ଘିଅ ଯୋଗାଉଛି ଓମଫେଡ଼। ଆଗକୁ ରିହାତି ଦରରେ ଯୋଗାଇବାକୁ ଯୋଜନା କରାଯାଉଛି । ଅନ୍ୟପଟେ ଦୁଗ୍ଧ ଚାଷୀଙ୍କ ପାଈଁ ଖୁସି ଖବର। ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଈଁ ଡିବିଟି ଲାଗୁ କରିବ ଓମଫେଡ଼। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦ ଟଙ୍କା। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଧାସଳଖ ପେମେଣ୍ଟ। ତୁରନ୍ତ ତାଙ୍କର ପ୍ରାପ୍ୟ ପାଇବେ ଚାଷୀ। ଆଜି ଓମଫେଡ଼ ସମୀକ୍ଷା ବୈଠକରେ ଶୀଘ୍ର ଡିବିଟି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଓମ୍‌ଫେଡ୍‌ର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି । ଆବଶ୍ୟକ ହେଲେ ସବୁ ମନ୍ଦିରକୁ ଘିଅ ଯୋଗାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ ।

ନିକଟରେ ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏମିତିକି ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ । ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡ୍‌କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ । ଆବଶ୍ୟକତା ଦୃଷ୍ଟିରୁ ସ୍ୱତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମଫେଡ୍ MDଙ୍କୁ ଚିଠିରେ ଅନୁରୋଧ ବି କରିଥିଲେ । ଘିଅ ଦାମ୍ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଚିଠିରେ ଓମଫେଡକୁ ଜଣାଇଥିଲେ ମୁଖ୍ୟ ପ୍ରଶାସକ । ଏଥିସହ ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି |

Spread the love