94

ଦେବାଳୟ ଯୋଜନାରେ ଝଲସିବ ମଠ ଏବଂ ମନ୍ଦିର

ଭୁବନେଶ୍ୱର: ଦେବାଳୟ ପ୍ରକଳ୍ପ ସମ୍ଭାବନା ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର | ରକ୍ଷଣ ବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା | ପରିଚାଳନା ଦୃଷ୍ଟି କୋଣରୁ ଏବଂ ମନ୍ଦିର ଗୁଡିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଏହି ଯୋଜନା ଆରମ୍ଭ କରିବେ ସରକାର | ଏନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର । ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା କିନ୍ତୁ ଏହି ଯୋଜନାରେ ଅନେକ କଥା ଅଛି । ପ୍ରାଥମିକ ଭାବେ ଯେଉଁ ସ୍ଥାନରେ ମରାମତି, ରକ୍ଷଣ ବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ବ୍ୟବସ୍ଥା ରହିଛି । ସେଥିପାଇଁ ଯାହା ଯାହା ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତାର ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେପଟେ ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ହୋଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଗତ କିଛିଦିନ ତଳେ କହିଥିଲେ ଆଇନମନ୍ତ୍ରୀ । ସେଥିପାଇଁ ଜଣେ ଫୁଡ୍ ଇନସପେଟର ନିଯୁକ୍ତ ହେବେ ବୋଲି ଜଣା ପଡ଼ିଛି ।

Spread the love