କର୍ତବ୍ୟ ବ୍ୟୁରୋ: ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+ । ଆସନ୍ତାକାଲି ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଈସୁ କରାଯିବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ ରହିବ । ପୁରୁଣା କାର୍ଡରେ ୯୫୦, ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ରହିବ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
142