123

ବାତ୍ୟା ଦାନାକୁ ନେଇ ଭୟଭୀତ ଏରସମା ଉପକୂଳ ଅଞ୍ଚଳବାସୀ !

ଭୁବନେଶ୍ୱର: ବାତ୍ୟା ଦାନାକୁ ନେଇ ଭୟଭୀତ ଏରସମା ଉପକୂଳ ଅଞ୍ଚଳବାସୀ | ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ୨୪ରୁ ୨୫ତାରିଖ ମଧ୍ୟରେ ଦାନା ଲ୍ୟାଣ୍ଡଫଲ୍  କରିବାକୁ ଥିବାବେଳେ,  ଆଶାନ୍ତ ସମୁଦ୍ରକରାଳ ରୂପ,  ଶୁଶୁ ଗର୍ଜନରେ ପ୍ରକମ୍ପିତ ହେଉଛି | ବିଶେଷ କରି ବାତ୍ୟା ଆସିଲେ ଉପକୂଳବର୍ତୀ ଅଞ୍ଚଳ ବାସୀଙ୍କ ମନରେ ଛନକା ପଶିଥାଏ ।

୧୯୯୯ ସମିହା ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା, ପ୍ରଳୟଙ୍କରୀ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲା ବେଶ୍ ପ୍ରଭାବିତ ହେଇଥିଲା  । ଯାହାକୁ ନେଇ ଆଜିବି ଏରସମା ବ୍ଲକ ଅନ୍ତର୍ଗତ ସମୁଦ୍ର ତଟବତ୍ତୀ ଅଞ୍ଚଳବାସି ବାତ୍ୟା ନା ଶୁଣିଲେ ଭୟଭୀତ ହେଇଯାଆନ୍ତି ।  ଏପଟେ ପୁଣି ଅକ୍ଟୋବର ମାସରେ ଆଉ ଏକ ବାତ୍ୟା ଖବର ପ୍ରକାଶ ହେଇଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଜିରୋ କାଜୱାଲିଟି ଗ୍ରହଣ କରିବାକୁ ସମୁଦ୍ର ଉପକୂଳର୍ବତ୍ତୀ ଜିଲ୍ଲାପାଳମାନଙ୍କୁ ହାଇର୍ହାଲଟ୍ ଜାରି  କରାଯାଇଛି । ଏବଂ ଜିଲ୍ଲାପାଳ ମାନେ ସ୍କୁଲ କଲେଜ ଛୁଟି ଘୋଷଣା କରିବା ସହିତ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫଟିମ୍ ମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ମତ୍ସଜୀବ ମାନଙ୍କୁ ସମୁଦ୍ରରୁ ପଳାଇଆସିବା ପାଇଁ ଡାକଯନ୍ତ୍ର ମାଧ୍ୟମରେ ଜଣାଇଛନ୍ତି।

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଦାନା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି | ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶିଆଳି ବେଳାଭୂମିରେ ନିକଟରେ  ସମୁଦ୍ର ଅଶାନ୍ତ ରୂପକୁ  ଦେଖି  ଅଞ୍ଚଳ ବାସୀ ଚିନ୍ତାରେ ରହିଥିବା ବେଳେ,  ଠିକ୍ ସେଇ ସମୟରେ ବାତ୍ୟା ପାରାଦୀପରେ ଲ୍ୟାଣ୍ଡଫଲ୍ କରିବା ଶୁଣି ଭୟଭୀତ ହୋଇଛନ୍ତି  ଅଞ୍ଚଳବାସୀ ।

Spread the love