103

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ !

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ସ୍ପର୍ଶ କରିଛି ବାତ୍ୟାର ବାହ୍ୟବଳୟ  । ପାରାଦୀୟ ରାଡାର୍‌ ତଥ୍ୟରୁ ଏହି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  । ଏହା ପ୍ରଭାବରେ ଧାମରା, ପାରଦୀପରେ ଆରମ୍ଭ ହେଲାଣି ବର୍ଷା । ସେହପରି କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ ହୋଇସାରିଛି । ସେପଟେ ବାତ୍ୟା ‘ଦାନା’କୁ ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଭିତରକନିକା, ଧାମରା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ଦେଇଛନ୍ତି IMD ଡିଜି । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବ । ଏହା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ତେବେ ବାତ୍ୟାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ବେଶି ରହିବ ବୋଲି IMD ଡିଜି କହିଛନ୍ତି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି ।

 

Spread the love