ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଗୁରୁଜଂ ହାଉସିଙ୍ଗ ବୋର୍ଡ କଲୋନୀର ବିପିନ ବିହାରୀ ପ୍ରତିହାରୀଙ୍କ ୩୯ ବର୍ଷୀୟ ପୁଅ ପାର୍ଥସାରଥୀ ପ୍ରତିହାରୀ ପ୍ରାୟ ୧୨ ଦିନ ହେଲା ନିଖୋଜ ଅଛନ୍ତି | ସୂଚନା ମୁତାବକ ପାର୍ଥ ଗତ ୧୦ ତାରିଖ ସକାଳୁ ଘରୁ କୁଆଡେ ଚାଲି ଯାଇଛନ୍ତି | ପାର୍ଥଙ୍କ ରଙ୍ଗ ଗୌରବର୍ଣ୍ଣ ଏବଂ ଉଚ୍ଚତା ପ୍ରାୟ ୫ ଫୁଟ ୮ ଇଞ୍ଚ ହୋଇଥିବା ବେଳେ ସେ ସାମାନ୍ୟ ମାନସିକ ଅନଗ୍ରସର ମଧ୍ୟ | ସେ ଘରୁ ଯିବା ସମୟରେ ନୀଳ ରଙ୍ଗର ପ୍ୟାଣ୍ଟ ଏବଂ ପାଉଁଶିଆ ରଙ୍ଗର ଗଞ୍ଜି ପିନ୍ଧିଥିଲେ | ତେବେ ଘରଲୋକ ଏବଂ ବନ୍ଧୁ ବାନ୍ଧବ ସମସ୍ତେ ପାର୍ଥଙ୍କୁ ସବୁଆଡେ ଖୋଜଖୋଜି କଲେଣି କିନ୍ତୁ ଏବେ ଯାଏ ତାଙ୍କର କୌଣସି ପତ୍ତା ମିଳୁନି | ଏନେଇ ପରିବାର ପକ୍ଷରୁ ମଧ୍ୟ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଭାବେ ଏକ ଏତଲା ଦାୟର କରାଯାଇଛି |
ତେବେ କର୍ତବ୍ୟ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ ପାର୍ଥଙ୍କ ପରିବାର ତରଫରୁ ଅନୁରୋଧ କରାଯାଇଛି ଯଦି କେହି ସହୃଦୟ ବ୍ୟକ୍ତି ପାର୍ଥଙ୍କ ସନ୍ଧାନ ପାଆନ୍ତି ତେବେ ତୁରନ୍ତ ତାଙ୍କ ପରିବାର କିମ୍ବା ପୋଲିସ ସହ ଯୋଗାଯୋଗ କରିବା ପାଇଁ | ଏଥି ସହିତ ପାର୍ଥଙ୍କ ସନ୍ଧାନ ପାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପାର୍ଥଙ୍କ ପରିବାର ପକ୍ଷରୁ କୁହାଯାଇଛି | ତେବେ ପାର୍ଥଙ୍କ ପରିବାର ଯୋଗାଯୋଗ କରିବାର ନମ୍ବର ହେଲା ୯୮୬୧୮୨୨୧୬୬ / ୯୦୪୦୨୦୭୫୪୮ |