67

ସ୍କୁଲ ପରେ ବନ୍ଦ ହେଲା ସବୁ କଲେଜ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା । ଏଥି ପାଇଁ ବନ୍ଦ ହେଲା କଲେଜ । ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ । କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବାତ୍ୟା ପାଇଁ ୨୩ରୁ ୨୫ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଥିଲେ ଏସଆରସି । ବାତ୍ୟା ଯେଉଁ ସବୁ ଜିଲ୍ଲାକୁ ପ୍ରଭାବିତ କରିବ ସେଠି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏସବୁ ଜିଲ୍ଲା ଗୁଡ଼ିକ ହେଲା ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ , ଯାଜପୁର, ଅନୁଗୁଳ, ଖୋର୍ଦ୍ଧା ଓ ନୟାଗଡ଼।

Spread the love