100

ସ୍କୁଲକୁ ଯିବାକୁ ପିଲାମାନଙ୍କୁ ମନା କଲେ ଅଭିଭାବକ !

ନବରଙ୍ଗପୁର: ଜିଲ୍ଲାର ଅଧିକାଂଶ ବିଦ୍ୟାଳୟ ରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ହିଁ ଦେଖିବାକୁ ମିଳିଛି | ଖାଲି ପଡିଛି ଶ୍ରେଣୀଗୃହ, ଛାତ୍ର ଛାତ୍ରୀ ମାନେ ଦୋକାନରେ ବସିଥିବା ଓ ଗାଁ ରେ ବୁଲୁଥିବା ଦେଖିବାକୁ ମିଳିଛି | ଅଭିଭାବକ ମାନେ ପିଲାଙ୍କୁ ମନା କରିଛନ୍ତି ସ୍କୁଲକୁ ଯିବା ପାଇଁ | ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର କିଛି ବିଦ୍ୟାଳୟରେ |

ସୂଚନା ଅନୁଯାଇ କିଛି ଦିନ ପୂର୍ବେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି କୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଆନ୍ଦୋଳନ କରାଯାଇଥିଲା | ଉକ୍ତ ଆନ୍ଦୋଳନର କିଛି ସମାଧାନ କରିବା ପାଇଁ ରାଜ୍ୟ ସରକାର ୧୫ ଦିନ ସମୟ ମାଗିଥିଲେ କିନ୍ତୁ ୧୫ ଦିନ ବିତିଯାଇଛି ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନାହିଁ | ଯାହାଫଳରେ ଜିଲ୍ଲା ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି କୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି | ନବରଙ୍ଗପୁର ଜିଲ୍ଲାରେ କିଛି ବିଦ୍ୟାଳୟ ରେ ଅନ୍ୟ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ମିଳିଥିବାରୁ ଜିଲ୍ଲା ର ଅଧିକାଂଶ ସ୍କୁଲରେ ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କୁ ସ୍କୁଲ କୁ ପାଠ ପଢ଼େଇବା ପାଇଁ ଛାଡ଼ିନାହାନ୍ତି | ଏହି ପରିପ୍ରେକ୍ଷୀରେ ଉମରକୋଟ ବ୍ଲକ ର ମଧ୍ୟ କିଛି ସ୍କୁଲ ରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ଦେଖିବାକୁ ମିଳିଛି କିନ୍ତୁ ପିଲାମାନେ ଗାଁ ରେ ଓ କିଛି ଦୋକାନରେ ବସିଥିବା ଦେଖିବାକୁ ମିଳିଛି | ଏଭଳି ଦୃଶ୍ୟ ସେହି ସ୍କୁଲ ରେ ଦେଖିବାକୁ ମିଳିଥିଲା ଯେଉଁ ସ୍କୁଲରେ ବାହାର ଜିଲ୍ଲା ର ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିଲେ | ଏ ବିଷୟରେ ଅଭିଭାବକ ଙ୍କୁ ପଚାରିବାରୁ ଯେଉଁଦିନ ପର୍ଯ୍ୟନ୍ତ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ର ଦାବି ମୁତାବକ ଆମ ଜିଲ୍ଲା ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ରାଜ୍ୟ ସରକାର ପୂରଣ କରିବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଆମ ପୁଅ ଝିଅ ମାନଙ୍କୁ ପାଠ ପଢିବା ନିମନ୍ତେ ସ୍କୁଲକୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି |

Spread the love