91

‘ଆମ ଓଡିଶା, ନବୀନ ଓଡିଶା’ର ହେବ ନାମ ପରିବର୍ତନ

ଭୁବନେଶ୍ବର: ‘ଆମ ଓଡିଶା, ନବୀନ ଓଡିଶା’ର ହେବ ନାମ ପରିବର୍ତନ । ‘ବିକଶିତ ଗାଁ, ବିକଶିତ ଓଡିଶା’ ନାଁରେ ଆରମ୍ଭ ହେବ ନୂଆ ସରକାରଙ୍କ କାର୍ଯ୍ୟକ୍ରମ । ଦୁଇ ଦିନ ଭିତରେ ଗାଇଡ଼ ଲାଇନ ଆଣୁଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ କ୍ଷମତା । ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଞ୍ଚାୟତର ବିକାଶ । ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ | ଅନ୍ୟ ସବୁ ଅଞ୍ଚଳରେ ଗ୍ରାମସଭା ଏବଂ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ । ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡ଼ ଲାଇନ ଆସୁଛି । ଆମ ଓଡିଶା ନବୀନ ଓଡ଼ିଶାରେ ପଞ୍ଚାୟତ ପ୍ରତିନିଧି ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇ ଥିଲେ । କୋଭିଡ୍ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଲେ । ପରେ କ୍ଷମତା ହଟାଇ ଦେଲେ । କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି |

Spread the love