78

ଜାତୀୟ ଶିକ୍ଷା ନୀତି-୨୦୨୦ ପାଇଁ ଟାସ୍କଫୋର୍ସର ପୁନର୍ଗଠନ

ଭୁବନେଶ୍ୱର: ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀକୁ ନେଇ ତତ୍ପରତା ପ୍ରକାଶ କରିବା ସହ ସ୍ବତନ୍ତ୍ର ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରାଯାଇଛି  । ଏଥିରେ ବିଭିନ୍ନ ବିଭାଗର ୧୩ ଜଣ ସଦସ୍ୟ ଥିବାବେଳେ  ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ଉନ୍ନୟନ କମିଶନର  ।ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍.ସି/ଏସ୍.ଟି ଏବଂ ସଂଖ୍ୟାଲଘୁ ସହ ପଛୁଆବର୍ଗ ଉନ୍ନୟନ ବିଭାଗ, ଅର୍ଥବିଭାଗ, ମହିଳା ଓ ଶିଶୁ ଉନ୍ନୟନ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ଓପେପା, ରେଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ୍ ଆଦି ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଏହି ଟାସ୍କଫୋର୍ସରେ ସାମିଲ୍ କରାଯାଇଛି ।

Spread the love