82

ଲକ୍ଷ୍ମୀନାରାୟଣ ଇଣ୍ଣରପ୍ରାଇଜେସର ୪ର୍ଥ ଶାଖା ଉଦଘାଟନ କଲେ ବିଧାୟକ ଅମରେନ୍ଦ୍ର

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ସଦରମହକୁମା ସ୍ଥିତ ବଡବାଗ ଟାଟା ମୋଟର୍ସ ସମ୍ମୁଖରେ ଲଖ୍ମିନାରାୟଣ ଇଣ୍ଣରପ୍ରାଇଜେସର ଚତୁର୍ଥ ଶାଖା ଉଦ୍ଘାଟିତ ହୋଇଯାଇଛି । ତେବେ ଉକ୍ତ ସୋରୁମର ଉଦ୍ଘାଟନ ଉଶ୍ଚବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଏହାକୁ ଉଦ୍ଘାଟନ କରି କହିଛନ୍ତି ମଧ୍ୟବିତ୍ତ ପରିବାର ଏବଂ ଗରିବ ଚାଷୀ, ମୁଲିଆ ପରିବାରକୁ ନେଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ | ତେଣୁ ଗରିବ ଲୋକଙ୍କ ପାଇଁ ଲଖ୍ମିନାରାୟଣ ଇଣ୍ଣରପ୍ରାଇଜେସର ଯେଉଁ ସୁବିଧା ରହିଛି ତାହା ନିଶ୍ଚୟ ସହାୟକ ହେବ | ସାଧାରଣ ବର୍ଗଙ୍କ ପାଇଁ ଏକ ଖୁସି ଖବର ଯାହାକି ସୋରୁମରୁ ଯେକୌଣସି ଲୋକ ଜିରୋ ଇଣ୍ଟ୍ର୍ରେଷ୍ଟରେ ଯେକୌଣସି ଉପକରଣ ନେଇପାରିବେ। ଏଭଳି ସ୍ତରରେ ଜଣେ ସାଧାରଣ ପରିବାରର ଝିଅ ବିଭାଘର କିମ୍ବା ପୁଅ ବିଭାଘର ପାଇଁ ଖାଲି ହାତରେ ସମସ୍ତ ଜିନିଷ କିଣିପାରିବେ ଜଗତସିଂହପୁରବାସି । ପରେ ଧିରେ ଧିରେ ଟଙ୍କା ପୈଠ କରିପାରିବେ। ଏଥିପାଇଁ ସୋରୁମର ମାଲିକ ସୁଦର୍ଶନ ବଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ |

ଏହି ଅବସରରେ ଲଖ୍ମିନାରାୟଣ ଇଣ୍ଣରପ୍ରାଇଜେସ ସଂସ୍ଥାର ମୁଖ୍ୟ ସୁଦର୍ଶନ ବଡୁ କହିଛନ୍ତି ତାଙ୍କର ପ୍ରାୟ ତିନି ବର୍ଷ ଆଗରୁ ଯୋଜନା ଥିଲା ସେ କିପରି ନିଜ ମାଟିର ଲୋକଙ୍କ ପାଇଁ କିଛି କରିବେ | ଭଗବାନଙ୍କ ଆଶୀର୍ବାଦରୁ ଆଜି ତାହା ସଫଳ ହୋଇଛି | ତାଙ୍କର ଏହିଭଳି ୩ଟି ଶାଖା ରାଉରକେଲାରେ ରହିଛି | ନିଜ ମାଟିରେ ଆଜି ୪ର୍ଥ ଶାଖା ଖୋଲାଯାଇଛି | ତେବେ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ସେ ନିଶ୍ଚୟ ସହାୟତାର ହାତ ବଢ଼ାଇବେ ବୋଲି ଗଣମାଧ୍ୟମ ଜରିଆରେ ଜଗତସିଂପୁର ବାସୀଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି |

ତେବେ ଲଖ୍ମିନାରାୟଣ ଇଣ୍ଣରପ୍ରାଇଜେସର ଆକର୍ଷଣୀୟ ଅଫରକୁ ନେଇ ବେଶ ଖୁସି ଅଛନ୍ତି ଜନତା ଏବଂ ଏହି ଅଫର ନିଶ୍ଚୟ ସାଧାରଣ ବର୍ଗର ଲୋକଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି ଜଗତସିଂହପୁର ବାସି | ତେବେ ଉଦ୍ଘାଟନ ଉଶ୍ଚବରେ ଶତାଧିକ ଗ୍ରାହକ ମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।

 

Spread the love