କନ୍ଧମାଳ: କନ୍ଧମାଳ ଜିଲ୍ଲା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜିଲ୍ଲାପାଳଙ୍କ ପିଏ ବିଜୟ ବେହେରା ଏବଂ ତିନି ଜଣ କିରାଣୀ ଯଥା ରମାକାନ୍ତ ସାହୁ, ନିଖିଳ ସାହା, ଅଖିଳ ସାହାଙ୍କୁ ରାଜ୍ୟର ନୂତନ ସରକାର ଙ୍କ ଛାଟ ପଡ଼ିବକେବେ ? l ଶ୍ରୀ ବେହେରା ପିଏ ଜଣ ଙ୍କ ଅବସର ପ୍ରାପ୍ତ ହେଇଥିଲେ ମଧ୍ୟ ବିଜେଡି ସରକାରଙ୍କ ଗୁଲାମୀ କରି କନ୍ଧମାଳ ଜିଲ୍ଲା ର ଗରିବ ନିରୀହ ଜନ ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଥିବା ବାରମ୍ବାର ଅଭିଯୋଗ ହେଇଥିଲେ ମଧ୍ୟ ପୂର୍ବତନ ଦୁର୍ନୀତିକାରି ତିନି ଜିଲ୍ଲାପାଳ ଏଭଳି କର୍ମଚାରୀ ମାନଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ଭିତିରିଆ ଲାଞ୍ଚ ନେଇଁ ଏମାନଙ୍କ ପ୍ରତି କୌଣସି ପଦକ୍ଷେପ ନିଅନ୍ତି ନାହିଁ l ପୂର୍ବତନ ଜିଲ୍ଲାପାଳ ତଥା ରେଘୁ ଜି, ବୃନ୍ଦା ଡ଼ି, ଏବଂ ଆଶିଷ ଶିଶ୍ୱର ପାଟିଲ୍ ଜିଲ୍ଲାପାଳ ଙ୍କୁ ହାତ ବାର୍ଷି କରି ଏମାନେ ଦୁର୍ନୀତି ର ଗନ୍ଥା ଘର ସାଜିଥିବା କଥା କିଛି ତଳ କର୍ମଚାରୀ ମାନେ ଏବଂ ଗରିବ ନିରୀହ ଜନ ସାଧାରଣ ଅଭିଯୋଗ ଆଣିଛନ୍ତି l କନ୍ଧମାଳ ଜିଲ୍ଲା ରେ ଏଭଳି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ମାନେ ରହିବା ଫଳରେ ଜିଲ୍ଲା ରେ କୌଣସି ସୁଚିନ୍ତକ କାର୍ଯ୍ୟକ୍ରମ ହେବାରେ ବିଫଳ ହେଉଚି l ଖବର ପ୍ରସାରଣ ପରେ ଜିଲ୍ଲାପାଳ ଙ୍କ ପିଏ ଶ୍ରୀ ବେହେରା ଚାକିରୀ ରୁ ରିଯାଇନ୍ ଦେଇଥିବା ବେଳେ ଆଉ ତିନି ଜଣ ଦୁର୍ନୀତିକାରି କିରାଣୀ କର୍ମଚାରୀ ଙ୍କୁ କନ୍ଧମାଳ ଜିଲ୍ଲା ରୁ ନୂତନ ସରକାର ଅନ୍ୟତ୍ର ବଦଳି କଲେ ଜିଲ୍ଲାବାସି ବେସ୍ ଖୁସି ବ୍ୟକ୍ତ ହୁଅନ୍ତେ ଏବଂ ଜିଲ୍ଲା ରେ ଉର୍ନତି ମୂଳକ କାର୍ଯ୍ୟକ୍ରମ ମଧ୍ୟ ଅତି ସୁନ୍ଦର ଭାବେ ହେଇପାରନ୍ତା l କନ୍ଧମାଳ ଜିଲ୍ଲା ଏକ ଶାନ୍ତ ସରଳ ନିରୀହ ଆଦିବାସୀ ଜନ ବହୁଳ ଜିଲ୍ଲା ହେଇଥିବାରୁ ଏଭଳି ଦୁର୍ନୀତିକାରି କର୍ମଚାରୀ ମାନେ ଗୋଟିଏ ସ୍ତାନ ରେ ଦୀର୍ଘ ବର୍ଷ ଧରି ଗାଦି ମାଡ଼ି ବାସି ନିରୀହ ଲୋକଙ୍କୁ ନାହିଁଥିବା ହଇରାଣ ହରକତ କରୁଛନ୍ତି l ଏପରିକି ତଳ କର୍ମଚାରୀ ମାନଙ୍କୁ ଚାକିରୀ ରୁ ବାହାର କରିଦେବା ଜିଲ୍ଲାପାଳ ଙ୍କୁ ମିଛ କହି ଅନ୍ୟତ୍ର ବଦଳି କରିଦେବା ଧମକ ର ଭୟ ଦେଇ ନାଲି ଆଖି ଦେଖେଇ ଥାନ୍ତି l ତଳ କର୍ମଚାରୀ ମାନେ ଚାକିରୀ ଭୟରେ ଏମାନଙ୍କୁ କୌଣସି କଥା କହିବାକୁ ସାହାସ କରନ୍ତି ନାହିଁ ତେଣୁ (AICWC )ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ମହୋଦୟ ଙ୍କୁ ଜନ ସାଧାରଣ ଏବଂ ଏହି ତିନି କର୍ମଚାରୀ ଙ୍କ ଜରିଆରେ ନିର୍ଯାତିତ ହେଉଥିବା କିଛି ସରକାରୀ କର୍ମଚାରୀ ଅଭିଯୋଗ କରିଥିବା ଜଣା ପଡ଼ିଛି l ତେଣୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ ପ୍ରଶ୍ନ ରଖିଛନ୍ତି କି ଦୀର୍ଘବର୍ଷ ଧରି ରହିଆସୁଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ତିନି କିରାଣୀ ଙ୍କ ବଦଳି କେବେ ? ବୋଲି ପ୍ରଶ୍ନ ରଖିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ l ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କୁ କନ୍ଧମାଳ ଜିଲ୍ଲାପାଳ ପାଳନ କରି ଦୁର୍ନୀତି କାରି କିରାଣୀ ମାନଙ୍କ ପ୍ରତି କେବେ ପଦକ୍ଷେପ ନେବେ ନା ଘଣ୍ଟ ଘୋଡ଼େଇବେ ତାହା ଦେଖିବାକୁ ବାକି ରହିଲା l
28