33

ମାଳମାଳ ଯୋଜନା, ବିକାଶର ଚିତ୍ର କାଦୁଆ ଗଢିଆ ରାସ୍ତା

ଜଗତସିଂହପୁର: ମାଳମାଳ ଯୋଜନା ଶ୍ଵତେ ବିକାଶର ଚିତ୍ର ଆଜି କାଦୁଆ ଗଢିଆ ରାସ୍ତା | ଦେଶ ସ୍ବାଧୀନତା ହେବାର ୭୭ ବର୍ଷ ପରେ ବି ଶିକ୍ଷିତ ଜିଲ୍ଲା, ଶିକ୍ଷିତ ବ୍ଳକ, କୁହାଯାଉଥିବା ଉପକୂଳ ଅଞ୍ଚଳ ର ଗ୍ରାମ ଗୁଡ଼ିକୁ ଅଦ୍ୟାବଧି ହୋଇପାରିନି ପାଦ ଚଲା ସଡ଼କ । ଉପରୋକ୍ତ ଶବ୍ଦ ପୁଞ୍ଜ ଗୁଡ଼ିକ କୈାଣସି ଯାତ୍ରା ପାଟି କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ। ବାସ୍ତବରେ ମୈଳିକ ସମସ୍ୟା ସାଥିରେ ଯୁଝୁଥିବା, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ କୁସୁପୁର ପଞ୍ଚାୟତ ଅଧୀନ ଆଠଘରିଆ ଗ୍ରାମର | ଏ ଜରାଜୀର୍ଣ୍ଣ ସଡ଼କ କେତେଯେ ବିପର୍ଯ୍ୟସ୍ତ ଦେଖନ୍ତୁ । ଯେଉଁଠି ପହଞ୍ଚି ପାରିଲାନି ଜଗତସିଂହପୁର ଜିଲ୍ଲା ପ୍ରଶାସନ , ପହଞ୍ଚି ପାରିଲାନି ବାଲିକୁଦା ବ୍ଳକ ପ୍ରଶାସନ, ପହଞ୍ଚି ପାରିଲେନି ବାଲିକୁଦା ବ୍ଳକ ଅଧ୍ୟକ, ପୂର୍ବତନ ଉପାଧ୍ୟକ୍ଷ ଏବଂ ଚାରି ନଂ ଜିଲ୍ଲା ପରିଷଦ । ରାସ୍ତା ଖଣ୍ଡିଏ ପାଇଁ ଆଠଘରିଆ ଗ୍ରାମର ଜନସାଧାରଣ ବହୁ ବାର ବ୍ଳକ ପ୍ରଶାସନକୁ କହିବା ପରେ ମଧ୍ୟ ସମସ୍ତେ ଆଖି ବୁଝି ଦେଇଥିଲେ। ଅଞ୍ଚଳ ବୃହତର ସ୍ବାର୍ଥ ଆଖି ଆଗରେ ରଖି ସମାଜସେବୀ ନିରଞ୍ଜନ ସ୍ବାଇଁ ନିଜସ୍ୱ ପ୍ରଚେଷ୍ଟା ରେ ଏବଂ ନିଜେ ଉପସ୍ଥିତ ରହି ଗ୍ରାମକୁ କଲେ ସବୁ ଦିନିଆ ସଡ଼କ | ଶ୍ରୀ ସ୍ବାଇଁଙ୍କର ଏଭଳି ଉଦ୍ୟମ କୁ ସବୁ ମହଲରୁ ଛୁଟିଛି ପ୍ରଂସଂସାର ସୁଅ । ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ଏବଂ ବ୍ଳକ ପ୍ରଶାସନର କେବେ ଭାଙ୍ଗୁଛି ନିଦ |

Spread the love