108

ଦୁଇ ଝିଅଙ୍କୁ ପୋଖରୀରେ ଫୋପାଡି ଆତ୍ମହତ୍ୟା କରିଦେଲେ ମହିଳା

ଜଗତସିଂହପୁର: ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପନ୍ଦରକଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ଝିଅଙ୍କୁ ପୋଖରୀରେ ଫୋପାଡ଼ି ନିଜେ ଆତ୍ମହତ୍ୟା କରିଦେଲା ମା | ସୂଚନା ଅନୁସାରେ ପନ୍ଦରକଟା ଗ୍ରାମର ହରେକୃଷ୍ଣ ପରିଡ଼ାଙ୍କ ସ୍ତ୍ରୀ ସୁଭଦ୍ରା ପାତ୍ର ବୟସ ୨୫ ବର୍ଷ | ତାଙ୍କର ଦୁଇଟି ଝିଅ, ବଡ଼ଝିଅ ସାଇସ୍ମୀତା ୪ ବର୍ଷ ଓ ସାନ ଝିଅ ସାଇସ୍ୱପ୍ନା ୯ ମାସର। ଦୁଇଜଣ ଝିଅ କେଉଁଠି ଜନ୍ମରୁ ଭିର୍ଣ୍ଣକ୍ଷମ | ସୁଭଦ୍ରା ଦୁଇ ଝିଅକୁ ତାଙ୍କର ବାରିପଟ ପୋଖରୀରେ ଫୋପାଡି ଦେଇ ବାଉଁଶ ଗଛରେ ରସି ଲଗେଇ ଆତ୍ମହତ୍ୟା କରିଛନ୍ତି । ଗ୍ରାମର ଲୋକମାନେ ସୁଭଦ୍ରାଙ୍କୁ ରସି ସହିତ ଗଛରୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହିତ ମା ଓ ସାନ ଝିଅଙ୍କ ଶବକୁ ବ୍ୟବଛେଦ କରିଥିଲେ । କିନ୍ତୁ ବଡ ଝିଅର କିଛି ପତ୍ତା ମିଳିନଥିଲା | ଅପରପକ୍ଷରେ ଝିଅର ବାପଘର ଲୋକ, ସୁଭଦ୍ରାଙ୍କୁ ଶାଶୁଘର ଲୋକ ମାରିଦେଇଥିବା ନେଇ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଏସ୍ଡିପିଓ ଚିନ୍ମୟ ରାଉତ ଓ କୁଜଙ୍ଗ ଆଇଆଇସି ରଶ୍ମିରଞ୍ଜନ ଦାଶ ସୋମବାର ରାତ୍ରରେ ପନ୍ଦରକଟା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହିତ ମା ଓ ଦୁଇ ଝିଅକୁ ପୋଖରୀରେ ଫୋପାଡି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ତିର୍ତ୍ତୋଲ ଏସ୍ଡିପିଓ ଓ କୁଜଙ୍ଗ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦୁଇଜଣ କନେଷ୍ଟବଳ ପନ୍ଦରକଟା ଗ୍ରାମରେ ରାତିସାରା ଡେଡବଡିକୁ ଜଗି ରହିବା ସହିତ ବାଉଁଶ ସାହାଯ୍ୟରେ ପୋଖରୀରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ । ଶେଷରେ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ଏରସମା ଅଗ୍ନିସମ ବାହିନୀ ପୋଖରୀରୁ ସୁଭଦ୍ରାଙ୍କ ୪ ବର୍ଷର ଝିଅର ମୃତ ଦେହ ଉଦ୍ଧାର କରିଥିଲା । ତେବେ ମାନସିକ ଦୁଶ୍ଚିନ୍ତା ଯୋଗୁ ସୁଭଦ୍ରା ଏପରି କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି | ତେବେ ଏ ଘଟଣାର କାରଣ ଏଯାଏ ଅସ୍ପଷ୍ଟ ଥିବା ବେଳେ ହରେକୃଷ୍ଣ ଏବଂ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖିଛି ପୋଲିସ |

Spread the love