211

ଧାନକଣିଆରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ସମସ୍ତ ଅଭିଯୁକ୍ତଙ୍କ ଗିରଫ୍ ଦାବି

ଭଦ୍ରକ: ଧାନକଣିଆରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ସମସ୍ତ ଅଭିଯୁକ୍ତଙ୍କ ଗିରଫ୍ ଦାବି କଲେ ମୃତାଙ୍କ ବାପଘର ଲୋକେ । ଉକ୍ତ ହତ୍ୟା ଘଟଣାରେ ପୋଲିସ କେବଳ ମୃତାଙ୍କ ସ୍ଵାମୀକୁ ଗିରଫ୍ କରିଛି ମାତ୍ର ଶାଶୁ, ଶ୍ଵଶୁର, ଦିଅର ଓ ନଣଦ ସଂପୃକ୍ତି ଥିବାନେଇ ଅଭିଯୋଗ ହୋଇଥିଲେ ହେଁ ଏଯାବତ କୌଣସି ପଦକ୍ଷେପ ନିଆଯାଇ ନ‌ଥିବା ଅଭିଯୋଗ ହୋଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୁଣି ଫେରାଦ୍ ଦିଆଯିବ ବୋଲି ବାପଘର ପକ୍ଷରୁ ଚେତାବନି ଦିଆଯାଇଛି। ସୂଚନା ମୁତାବକ ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ଗାଁର କୈଳାସ ମଳିକଙ୍କ ଝିଅ ମମିତା ମଳିକ ତିନି ବର୍ଷ ତଳେ ବାଁଶଡା ଥାନାଧୂନ ଧାନକଣିଆ ଗାଁର ଚଗଲା ଦାସଙ୍କ ପୁଅ ଶ୍ରୀଧର ଦାସଙ୍କ ସହିତ ବୈଦ୍ଦିକ ଋତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସମସ୍ତ ଜାନି ଯୌତୁକ ପ୍ରଦାନ କରାଯାଇଥିଲା । ବିବାହ ପରେ ଅଧିକ ଯୌତୁକ ଦାବିକରି ଶ୍ଵଶୁର ଘର ଲୋକେ ମମତାଙ୍କୁ ନାନାଦି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ । ମମିତାଙ୍କ ଦୁଇ ବର୍ଷର ଏକ ଝିଅ ମଧ୍ୟ ଅଛି । ସଂପ୍ରତି ସେ ଗର୍ଭବତୀ ଥିଲେ । କିଛିଦିନ ତଳେ ଘରେ ଝଗଡା ହୋଇଥିଲା । ପରେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରାଯାଇଛି । ମମିତାଙ୍କ ପେଟକୁ ତାଙ୍କ ଦିଅର ଗୋଇଠା ମାରିବା ପରେ ଅଚେତ୍ ହୋଇ ଯାଇଥିଲେ । ପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ବାପଘର ଲୋକେ ସେଠାରେ ପହଁଞ୍ଚିବା ପରେ ମମିତାକୁ ମାଡ ମରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ମୃତାଙ୍କ ସ୍ଵାମୀକୁ ଗିରଫ୍ କରିଥିବା ବେଳେ ଅନ୍ୟମାନଙ୍କୁ ଏଯାବତ୍ ଗିରଫ୍ କରିନଥିବାରୁ ଅଭିଯୋଗକାରୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

Spread the love