ନବରଙ୍ଗପୁର: କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମିଳିତ ମଧୁଚନ୍ଦ୍ରିକା ରେ ବିଡ଼ିଓ ଙ୍କ ଆଖି ସାମ୍ନା ରେ ନିମ୍ନମାନର କାମ କରି ଟଙ୍କା ଚଳୁ କରିଥିବା ଘଟଣା ସାମ୍ନାକୁ ଆସିଛି | ଯଦି ବିଡିଓଙ୍କ ନାକ ତଳେ ଏଭଳି ଦୁର୍ନୀତି ଚାଲିଛି ତାହାହେଲେ ପଂଚାୟତ ଗୁଡିକରେ କିପରି ଲୋକଙ୍କୁ ଭୁଆଁ ବୁଲେଇ ନଥିବେ ଏଭଳି କନିଷ୍ଟ ଯନ୍ତ୍ରୀ | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ | ଉକ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପୁରୁଣା କୋଠା ର ପୁନଃରୁଦ୍ଧାର ର କାର୍ଯ୍ୟ ଚାଲିଛି ଯାହା ବ୍ଲକ ଅଧ୍ୟକ୍ଷଙ୍କ ଅଫିସ ନିମନ୍ତେ ନିର୍ମାଣ କରାଯାଉଛି | ତାହାର ଅଟକଳ ମୂଲ୍ୟ ହେଲା ପାଞ୍ଚ ଲକ୍ଷ ଟଙ୍କା, ଯେଉଁଥିରେ ଭାଙ୍ଗିଯାଇଥିବା ପୁରୁଣା କାନ୍ଥକୁ ନୂତନ ଫ୍ଲାଏସ ଇଟା ଦ୍ୱାରା ଯୋଡିବା, ନୂତନ ଟିଣ ଲଗେଇବା କିନ୍ତୁ ଏଠାରେ ଲାଲ ଇଟା ବ୍ୟବହାର କରାଯାଇଛି ଏବଂ ଟିଣ ମଧ୍ୟ ଶସ୍ତା ଲଗାଯାଇଛି | ଏବଂ କୋଠା କାମ ମଧ୍ୟ ସମ୍ପୂର୍ଣ ନିମ୍ନ ମାନର କରାଯାଉଥିବା ଦେଖିବାକୁ ମିଳିଛି | ଉକ୍ତ କାମରେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଏବଂ କାମରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି | ଏ ବିଷୟ ରେ ବିଡ଼ିଓ ଙ୍କୁ ପଚାରିବାରୁ ଏହାର ତଦନ୍ତ କରି ସଂଜ୍ଞା ନେବି ବୋଲି ବିଡ଼ିଓ ଲକ୍ଷ୍ମୀ ସାଗର ମାଝୀ କହିଛନ୍ତି | ବର୍ତମାନ ଦେଖିବାକୁ ବାକି ରହିଲା ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା କାର୍ଯ୍ୟ କୁ ଦେଖିବା ପରେ ଜିଲ୍ଲା ଶ୍ରମିକ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି |
135