98

ଗାନ୍ଧୀଜୟନ୍ତୀ ଅବସରରେ କଂଗ୍ରେସ ଦଳ ପକ୍ଷରୁ ପଦଯାତ୍ରା

ରାଉରକେଲା: ଆଜି ବୁଧବାର ସକାଳ ସମୟରେ ରାଉରକେଲା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ବର୍ଷ ଜନ୍ମ ଦିବସ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସହରର କୋଣାର୍କ ଟକିଜ୍ ଠାରୁ ଆରମ୍ଭ କରି ତିମ୍ବର୍ କଲୋନୀ ଗୋପବନ୍ଧୁ ପଲ୍ଲୀ ପର୍ଜ୍ୟନ୍ତ ପଦଯାତ୍ରା କରିଥିଲେ କଂଗ୍ରେସ କର୍ମୀ । ରାଉରକେଲା  କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେଏହି ଶୋଭା ଯାତ୍ରାଟି ବାହାରିଥିଲା | ପଦଯାତ୍ରାରେ ଶତାଧିକ କଂଗ୍ରେସ ମହିଳା କର୍ମୀଙ୍କ ସହ ବରିଷ୍ଠ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ସମସ୍ତେ ଏକ ସ୍ଵରରେ ଗାନ୍ଧୀଙ୍କର ସ୍ଲୋଗାନ ଦେଇ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରାରେ ଆଶିଷ ମହାନ୍ତି, ପ୍ରଫୁଲ୍ଲ ପ୍ରଧାନ, ଶ୍ୟାମ ସାଗର, ବାବୁ ରାୟ, ବ୍ରଜ ତ୍ରିପାଠୀ, ଦିବାକର ଦୀପ, ରଘୁନାଥ ଦାସ, ଏସ କେ  ଫିଦୋସ, ଗୋହର ହୁସେନ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

Spread the love