145

ବାଂଲାଦେଶକୁ ଧୁଳି ଚଟାଇଲା ଭାରତ !

ଭୁବନେଶ୍ବର: ବାଂଲାଦେଶକୁ ପଛରେ ପକାଇ ବାଜି ମାରିଲା ଭାରତ | କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇ ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । ୯୫ ରନ୍ ଟାର୍ଗେଟକୁ ମାତ୍ର ୨ ୱିକେଟରେ ହରାଇ ହାସଲ କଲା ଭାରତୀୟ ଦଳ । ଭାରତ  ପ୍ରଥମ ଟେଷ୍ଟ ଜିତି ସାରିଥିବା ବେଳେ କାନପୁରରେ ଦ୍ୱିତୀୟ ଟେଷ୍ଟ ଜିତିଛି । ଏହା ସହ ଟେଷ୍ଟ ସିରିଜକୁ ୨-୦ରେ ମଧ୍ୟ କ୍ଲିନ ସୁଇପ୍ କରିନେଇଛି ଦଳ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୩୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଏହା ପରେ ଭାରତ ୯ ୱିକେଟ୍‌ ହରାଇ ୨୮୫ ରନ୍ କରିଥିଲା । ପରେ ଦ୍ୱିତୀୟ ଇଂନିସ୍‌ରେ ବାଂଲାଦେଶ ୧୪୬ ରନ୍ କରିପାରିଥିଲା । ଫଳରେ ଭାରତ ସାମ୍ନାରେ ୯୫ ରନ୍‌ର ଟାର୍ଗେଟ ମିଳିଥିଲା । ଯାହାକୁ ମାତ୍ର ୩ ୱିକେଟ୍ ହରାଇ ହାସିଲ କରିନେଇଥିଲା ଦଳ।

ଭାରତ ତରଫରୁ ଅଧିନାୟକ ରୋହିତ୍ ଶର୍ମା ୭ ବଲ୍‌ରୁ ୮ ରନ୍‌ କରିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ୍ ଅର୍ଧଶତକ ହାସଲ କରିଥିଲେ । ଯଶସ୍ୱୀ ୪୫ ବଲ୍‌ରୁ ୫୧ ରନ୍ କରିଥିଲେ । ପରେ ପରେ ବିରାଟ କୋହଲି, ଶୁବମାନ୍ ଗିଲ୍ ଓ ଋଷଭ ପନ୍ତଙ୍କ ସହ ମିଶି ଭାରତକୁ ଜିତାଇ ଦେଇଥିଲେ । ସେହିପରି ଭାରତ ତରଫରୁ ପ୍ରଥମ ଇଂନିସ୍‌ରେ ଯଶସ୍ୱୀ ଜୟସ୍ୱାଲ୍ ୭୨ ରନ୍ କରିଥିବା ବେଳେ ରୋହିତ୍‌ ୨୩, ଶୁବମାନ ୩୯ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୪୭, କେଏଲ୍ ରାହୁଲ୍ ୬୮ ରନ୍ କରିଥିଲେ । ବୋଲିଂରେ ଜଶପ୍ରୀତ ବୁମରାଂ ସର୍ବାଧିକ ୬ ଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ ୫ ଟି ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ୍ ୨ ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ୪ ଟି ୱିକେଟ୍ ନେଇଥିଲେ ।

 

Spread the love