118

କନିଷ୍ଠ ଶିକ୍ଷକଙ୍କ ଏଗ୍ରିମେଣ୍ଟ ପ୍ରକ୍ରିୟା କୁ ବିରୋଧ !

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ହଲରେ ଦ୍ଵିତୀୟ ଦିନ ରେ ଚାଲିଥିବା କନିଷ୍ଠ ଶିକ୍ଷକ ଙ୍କ ଏଗ୍ରିମେଣ୍ଟ ପ୍ରକ୍ରିୟା କୁ ବିରୋଧ କରୁଛନ୍ତି  ବିଭିନ୍ନ ଗଣ ସଂଗଠନ, ଜିଲ୍ଳା ଭିତ୍ତିକ ନଯୁକ୍ତି ଦାବିରେ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାର ପିଲା ହିଁ ଚାକିରୀ ପାଇବେ କହି,ଆଧାର କାର୍ଡ ଯାଞ୍ଚ କରି କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ର ପିଲା ଙ୍କୁ ହିଁ ଭିତରକୁ ଛାଡୁ ଥିବା ବେଳେ  ଅନ୍ୟ ଜିଲ୍ଲାର ପିଲା ଙ୍କୁ ଘଉଡ଼ାଉଛନ୍ତି । ଏହି ଏଗ୍ରିମେଣ୍ଟ ପ୍ରକ୍ରିୟା କୁ ବାତିଲ କରିବା ଦାବିରେ ଉତ୍ତେଜନା ଦେଖାଦେଇଛି । 11017 ପୋଷ୍ଟ ରୁ ନବରଙ୍ଗପୁର ଜିଲ୍ଲାରେ 860 ଟି କନିଷ୍ଠ ଶିକ୍ଷକ ପଦବୀ ରହିଥିଲା ।  ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ  860 ଜଣ ପ୍ରାର୍ଥୀ ଙ୍କ ମଧ୍ୟରୁ ଗତକାଲି ପ୍ରଥମ ଦିବସ ରେ  478 ଜଣ ଯୁକ୍ତ ଦୁଇ ଜୁନିୟର ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଙ୍କ ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ଏଗ୍ରିମେଣ୍ଟ ପତ୍ର ପ୍ରଦାନ କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଚାକିରୀ ପାଇଥିବା ପ୍ରାର୍ଥୀ ମାନେ ପହଂଚି ଥିଲେ, ଏହାକୁ ତୀବ୍ର ବିରୋଧ କରିଥିଲେ ଜିଲ୍ଳା ଭିତ୍ତିକ ମିଳିତ ମଞ୍ଚ, ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ, ଜିଲ୍ଳା ଜନଜାତି ସୁରକ୍ଷା ମଞ୍ଚ,ଜିଲ୍ଳା ସରପଞ୍ଚ ସଙ୍ଘ ଏବଂ ଜିଲ୍ଳା ଏସି ସଙ୍ଘ, ନବରଙ୍ଗପୁର ଜିଲ୍ଲା ଆମର ଜିଲ୍ଲା ଚାକିରୀ ପାଇବେ ଆମରି ପିଲା ଭଳି ସ୍ଲୋଗାନ ଦେଇ ସମସ୍ତ ଏଗ୍ରିମେଣ୍ଟ ପ୍ରକ୍ରିୟା କୁ ବନ୍ଦ କରିବା ପାଇଁ ଦାବି କରି ମିଶନ ଶକ୍ତି ଫାଟକ ସାମ୍ନାରେ ଧାରଣା ରେ ବସିଥିଲେ, ବିଭିନ୍ନ ସଂଗଠନର ଦାବି କୁ ସମର୍ଥନ ଜଣେଇ ଧାରଣାରେ ସାମିଲ ହେଇଛନ୍ତି କଂଗ୍ରେସ ଦଳ ସଦସ୍ୟ । କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଯୋଗ୍ୟ ବିବେଚିତ ପ୍ରାର୍ଥୀ ହିଁ  ଜିଲ୍ଲାର ପିଲା ଙ୍କ ଏଗ୍ରିମେଣ୍ଟ କରାଯାଉ ବୋଲି ଦାବି ଜୋର ଧରିଛି ।ପୂର୍ବରୁ ଜିଲ୍ଲା ପରିଷଦ ସଭାରେ ମଧ୍ୟ କେବଳ ନବରଙ୍ଗପୁର ଜିଲ୍ଲାରେ ନବରଙ୍ଗପୁର ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦେବା ପାଇଁ ରେଜୁଲେସନ ପାସ ହୋଇଥିଲା । ସେ ସବୁକୁ ଅଣଦେଖା କରି କାହାକୁ କିଛି ପୂର୍ବ ସୂଚନା ଦିଆନ ଯାଇ କିଭଳି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା ବୋଲି ପ୍ରଶ୍ନ ଉଠିଛି । ନବରଙ୍ଗପୁର ଜିଲ୍ଲା ପାଇଁ ଉଦ୍ଧିଷ୍ଟ 860 ପଦବୀ ମଧ୍ୟରୁ ଗତକାଲି  ଯୁକ୍ତ ଦୁଇ ର 478 ପିଲା ଙ୍କ ଏଗ୍ରିମେଣ୍ଟ ଥିବା ବେଳେ ଆଜି 382ଜଣ ଯୁକ୍ତ ତିନି ପ୍ରାର୍ଥୀ ଙ୍କ ଏଗ୍ରିମେଣ୍ଟ ହେବାର ଯୋଜନା ରହିଛି । ପ୍ରଥମ ଦିବସ ରେ ସମସ୍ତ ଆଶାୟୀ ଆନ୍ଦୋଳନକାରୀ ଙ୍କ ମଧ୍ୟରେ ଆଲୋଚନା କରି ଆପୋଷ ବୁଝାମଣା ରେ ଏଗ୍ରିମେଣ୍ଟ କରିପାରିଥିଲେ । କିନ୍ତୁ ଆଜି ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ର  ସଦସ୍ୟ ଯୋଗଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ର ସଦସ୍ୟ ଙ୍କ ସହ ନିର୍ବାଚନ ପିଆରଆଇ ମେମ୍ବର ଯୋଗଦେଇଛନ୍ତି ।

Spread the love