189

ମରିଗଲା ପ୍ରଶାସନ ର ମାନବିକତା, ମା ଛେଉଣ୍ଡ ହେଲା ନିରୀହ ଶିଶୁ !

କଟକ: ନଜର ଦେଲାନି ପ୍ରଶାସନ ସବୁ ଜାଣିବି ନୀରବ ଦ୍ରଷ୍ଟା ସାଜିଲା । ଅକାଳରେ ଚାଲିଗଲା ଅସହାୟ ମହିଳାଙ୍କ ଜୀବନ। ମରିବା ପରେ ବି ବିଳମ୍ବ ରେ ପହଞ୍ଚି ଦୋଷ ଲୁଚେଇ ବାକୁଉଦ୍ୟମ କଲେ ନିଶ୍ଚିନ୍ତ କୋଇଲି ବ୍ଲକ୍ ଉନ୍ନୟନ ଅଧିକାରୀ । ପଦାରେ ପଡ଼ିଛି ପ୍ରଶାସନର ପାରିବା ପଣିଆ । ସହଯୋଗ ପାଇଁ ପହଞ୍ଚିଲା ସାଲେପୁର ର ଦୁଃଖୀ ଶ୍ୟାମ ବୃଦ୍ଧାଶ୍ରମ । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ନତକାଈ ପଞ୍ଚାୟତ ମୁକୁନ୍ଦ ପୁରରେ  ଅସହାୟ ମହିଳା ଙ୍କ ଜୀବନ ଯିବା ପରେ କୁନି ଝିଅ ବେସାହାରା। ମରିଗଲା କି ମାନବିକତା ଓ ମଣିଷ ପଣିଆ । କହିଲେ ତ କୂଳ କୁଟୁମ୍ବକୁ ଲାଜ ନ କହିଲେ କୂଳ ଭାସି ଯାଉଛି। ଏକଥା ର ଶୀର୍ଷକ ନକହି, ନକହି ଅନେକ କଥା ବୟାନ କରୁଛି ନିଶ୍ଚିନ୍ତ କୋଇଲି ମୁକୁନ୍ଦପୁରର ଅସହାୟ ମହିଳା ଆରତୀ ନାୟକଙ୍କର ଦୁଃଖଦ ମୃତ୍ୟୁ ପରେ | ଅସହାୟ ଆରତୀ ନାୟକଙ୍କ ସ୍ବାମୀ ମରିଯିବା ପରେ ସେ ଦୁଇ ଝିଅ ଙ୍କ ସହ ରହୁଥିଲେ ଓ ଖୁବ୍ କଷ୍ଟ ରେ ଗୁଜୁରାଣ ମେଣ୍ଟାଉ ଥିଲେ । ବଡ଼ ଝିଅ ଏବେ ବସୁନ୍ଧରାରେ ଓ ସାତ ବର୍ଷ ର ସାନ ଝିଅ ମୃତ ଆରତୀ ନାୟକଙ୍କ ପାଖରେ ରହୁ ଥିଲା । ଆରତୀ ଙ୍କ ଅସହାୟ ଅବସ୍ଥା ବିଷୟରେ ଖବର ଗଣ ମାଧ୍ୟମ ବାରମ୍ବାର ପ୍ରସାରଣ ହୋଇଥିବା ବେଳେ ବ୍ଲକ୍ ପ୍ରଶାସନକୁ ସ୍ଥାନୀୟ ଲୋକେ ବାରମ୍ବାର ଜଣେଇବା ପରେ ବି ନିଦା ବିଷ୍ଣୁ ପାଲଟି ଥିଲା ପ୍ରଶାସନ । ଯଦି ପ୍ରଶାସନ ଠିକ୍ ସମୟ ରେ ଠିକ୍ ନିଷ୍ପତି ନେଇ ଥାଆନ୍ତା ଆଜି କୁନି ଝିଅଟିକୁ ତା’ ମାଆ କୁ ହରେଇବାକୁ ପଡି ନ ଥାଆନ୍ତା । ସେବାରୁ ବଞ୍ଚିତ ହୋଇ ଆରତୀ ନାୟକ ମରିବା ପରେ ବି ବହୁତ ବିଳମ୍ବ ରେ ପ୍ରଶାସନ ପହଞ୍ଚି ଥିଲା। ଶେଷ ସମୟ ରେ ଶବ ସଂସ୍କାର ପାଇଁ ପହଞ୍ଚି ଥିଲେ ଦୁଃଖୀ ଶ୍ୟାମ ବୃଦ୍ଧାଶ୍ରମ ଓ ଏହାର ଅଧକ୍ଷ ଅଜୟ ଜେନା। ସରକାରୀ ବିଧି ବ୍ୟବସ୍ଥା ମୁତାବକ ଆରତୀ ଙ୍କ ଶବ କୁ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍ କୁ ପଠେଇ ଦିଆଯିବା ସହ କୁନି ଝିଅ କୁ ଆଶ୍ରମ ରେ ଛାଡ଼ିବାକୁ ପ୍ରଶାସନ ନିଷ୍ପତି ନେଇଥିଲା। ଏହି ଘଟଣା ପାଇଁ ପ୍ରଶାସନ କୁ ନିନ୍ଦିତ ହେବାକୁ ପଡ଼ିଛି ଓ ବଡ଼ ବଡ଼ ଅଧିକାରୀ ଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଛିଡ଼ା କରିଛି। ଘଟଣାସ୍ଥଳରେ ନିଶ୍ଚିନ୍ତ କୋଇଲି ତହସିଲଦାର ଅନିତା ନାୟକ, ବ୍ଲକ୍ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରା, ଥାନା ଅଧିକାରୀ ଯୁଗଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ପହଞ୍ଚି ପ୍ରଶାସନର ଏଭଳି କାମ କୁ ନିନ୍ଦା କରିବା ସହ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରି କୁନି ଝିଅ କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସତରେ କଣ ଗରିବ ଲୋକଙ୍କ ପାଇଁ ଏଠି ପ୍ରଶାସନ ବ୍ୟବସ୍ଥାରେ କିଛି ବି ନାହିଁ ସବୁ ଜାଣି ବି ନିଦା କାଠ ଭଳି ରହିଯାଉଛି । ଗରିବ ମାଛେଉଣ୍ଡ ଝିଅର ଭବିଷ୍ୟତ କଣ କନ୍ୟା ଆଶ୍ରମ ନା ବହୁନ୍ଧରା ? ବିଚାର ଆପଣଙ୍କ ହାତରେ |

Spread the love