110

ଉନ୍ମୋଚନ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ

ଭୁବନେଶ୍ୱର: ଦ୍ରୁତ ଶିଳ୍ପାୟନ ଲକ୍ଷ୍ୟ ନେଇ ଓଡ଼ିଶାରେ ଆୟୋଜିତ ହେବାକୁ  ଯାଉଛି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫। ତେବେ ଶୁକ୍ରବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ଲୋଗୋ ଉନ୍ମୋଚନ ସମାରୋହରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିଭିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ନିବେଶକମାନଙ୍କୁ ସ୍ବାଗତ କରାଯାଇଛି।

ଉତ୍କର୍ଷ ଓଡ଼ିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ ଏହା ନିବେଶକମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ। ଓଡ଼ିଶାକୁ ନେଇ ସରକାରଙ୍କ ଲକ୍ଷ୍ୟ ହେଉଛି ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ, ବିଶ୍ବସ୍ତରୀୟ ନିବେଶକମାନଙ୍କୁ ଆକୃଷ୍ଟ କରିବା ଏବଂ ସମୃଦ୍ଧ ଉତ୍କଳୀୟ ପରମ୍ପରାର ବିକାଶ ପାଇଁ ପ୍ରୟାସ କରିବା। ଏହି ଲୋଗୋର ଉନ୍ମୋଚନ ଆଜି ଓଡ଼ିଶାକୁ ଭାରତର ଏକ ପ୍ରମୁଖ ନିବେଶସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love