168

ବଢୁଛି କଳା ହୀରା ର ଚୋରା ଚାଲାଣ

ଭଦ୍ରକ: ଚୋର ପାଇଁ ସବୁରାତି ଅନ୍ଧାର ନୁହେଁ। କିଛି ଲାଞ୍ଚୁଆ ପୋଲିସ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ହାତ ବାରିଷି କରି ଦୀର୍ଘ ଦିନ ଧରି ବେଧଡକ ଚୋରା କଳା ହୀରା କାରବାର କରୁଥିବା କୋଇଲା ମାଫିଆ ଙ୍କ କୋଇଲା ବୋଝେଇ ଆଇଚର ଗାଡି କୁ ଶେଷରେ ନାୟକାଣୀ ଡିହ ପୋଲିସ ଜବତ କରିଛି। ଚୋରା କୋଇଲା କାରବାର ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଏକ ନିତିଦିନିଆ ଘଟଣା ହୋଇଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ନାୟକାଣୀ ଡିହ ଥାନା ବୀଣାଦଣ୍ଡା ଠାରେ ଏକ ଚୋରା କୋଇଲା ବୋଝେଇ ଆଇଚର୍ ଗାଡି ଫସି ଯାଇଥିଲା। ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେବା ପରେ ପୋଲିସ କୋଇଲା ବୋଝେଇ ଟ୍ରକ କୁ ନିଜ ହେପାଜତକୁ ନେଇଛି। ଅନ୍ୟ ପଟେ କୋଇଲା ମାଫିଆ ଓ ଡ୍ରାଇଭର ଘଟଣା ସ୍ଥଳ ରୁ ଚଂପଟ ମାରିଛନ୍ତି। ଏ ନେଇ ନାୟକାଣୀ ଡିହ ଥାନା ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି। ମାତ୍ର ଏଠି ସାଧାରଣ ରେ ପ୍ରଶ୍ନ ବାଡ଼ ଖାଉଛି କି ଫସଲ? ଦେଖିବାକୁ ବାକି ରହିଲା ବେଆଇନ୍ ଚୋରା କୋଇଲା କାରବାର ଉପରେ କେବେ ଲାଗୁଛି ରୋକ୍।

Spread the love