ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛେଚିଛି ବର୍ଷା। ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ ହୋଇଯାଇଛି। ମନ୍ଦିର ପରିସରରେ ଜମି ରହିଛି ପାଣି । ସୂର୍ଯ୍ୟ ମନ୍ଦିରର ପ୍ରବେଶ ରାସ୍ତା ସହିତ ମନ୍ଦିର ବେଢ଼ାରେ ପାଣି ଜମି ରହିଛି। ଏହା ଯୋଗୁ ଅସୁବିଧାରେ ପଡ଼ିଛନ୍ତି ପର୍ଯ୍ୟଟକମାନେ। କେତେକ ପର୍ଯ୍ୟଟକ ପାଣି ଭିତରେ ମଧ୍ୟ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପସେଟ୍ ଲଗାଇ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି।
85