194

ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ

ନବରଙ୍ଗପୁର: କିଛି ଦିନ ପୂର୍ବରୁ ନବରଙ୍ଗପୁରରେ ୧୦ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ବର୍ତମାନ ସେହି ଘଟଣାର ୮ ଦିନ ପରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ଥିବା ସେହି ଗାଁର ଅଲେଖ ମାଝୀ ଓ ପରମାନଦ ଦିଶାରୀ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ଦୁଇ ଅଭିଯୁକ୍ତ ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ କରିଥିବାବେଳେ ଘଟଣା ବାହାରେ ପ୍ରଘଟ ହେବା ଭୟରେ ନାବାଳିକା କୁ ହତ୍ୟା କରିଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି ବୋଲି ପୋଲିସ କହିଛି ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅଞ୍ଚଳରେ ଗତ ୧୭ ତାରିଖ ଦିନ ଘଟିଥିଲା ଘଟଣା । ଏନେଇ ନବରଙ୍ଗପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମିନା । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅଲେଖ ମାଝୀ ଓ ପରମାନନ୍ଦ ଦିଶାରୀ । ଉଭୟ ସେହି ଗ୍ରାମର ହୋଇଥିବା ସୂଚନା ଦେଇଛନ୍ତି ଡିଆଇଜି । ଦୁଇ ଅଭିଯୁକ୍ତ ଙ୍କ ଦ୍ଵାରା ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ବେଳେ ଦୁଷ୍କର୍ମ ନେଇ ନାବାଳିକା କାହା ସମ୍ମୁଖରେ ଘଟଣା ପ୍ରଘଟ କରିଦେବା ଭୟ ରେ ସେମାନେ ତାକୁ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ସୂଚନା ଦେଇଛନ୍ତି ଡିଆଇଜି । ଏଥି ସହ ଏହି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ସୂଚନା ଦେଇଛନ୍ତି ଡିଆଇଜି।

Spread the love