111

ଏତେ ବୟସରେ କେମିତି ଫିଟ ଅଛନ୍ତି ବିଗ ବି !

ଭୁବନେଶ୍ୱର: ଆଉ ମାତ୍ର ୨ ସପ୍ତାହର ବ୍ୟବଧାନ ପରେ ୮୨ ବର୍ଷରେ ପାଦ ରଖିବେ ବଲିଉଡ ବିଗ ବାଦଶାହ ଅମିତାଭ ବଚ୍ଚନ । ଅମିତାଭ ବଲିଉଡ୍‌ର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ୫୦ ବର୍ଷରୁ ଅଧିକ ସମୟ ଧରି ପରଦାରେ ଲୋକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ଅମିତାଭ ତାଙ୍କ ଜୀବନରେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ଲଢ଼ି ଜିତି ପାରିଛନ୍ତି | ଅନେକ ଥର ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ଏବଂ ସେହି ପ୍ରାର୍ଥନାଗୁଡ଼ିକର ପ୍ରଭାବ ମଧ୍ୟ ପଡିଛି । ବିଗ୍ ବି’ଙ୍କୁ ଦେଖିଲେ ଲୋକଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ, ଯେ ଏତେ ବୟସରେ ବି କେମିତି ଏତେ ଫିଟ ଅଛନ୍ତି ଅମିତାଭ ? ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ସେ ଖାଦ୍ୟଠାରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସବୁଥିରେ କଠୋର ନିୟମ ପାଳନ କରନ୍ତି ବୋଲି ସେ ନିଜେ ପ୍ରକାଶ କରିଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ପତ୍ରରୁ ହିଁ ନିଜ ଦିନ ଆରମ୍ଭ କରନ୍ତି ବିଗ ବି | ୨୦୨୨ ମସିହାରେ, ସେ ନିଜ ବ୍ଲଗ୍‌ରେ ଏହା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଜିମ୍ ଯିବା ପୂର୍ବରୁ ସେ ୨୦ ମିନିଟର ପଦଯାତ୍ରା କରନ୍ତି ଏବଂ ବ୍ୟାୟାମ ସହିତ ସେ ଯୋଗ ମଧ୍ୟ କରନ୍ତି । ଅମିତାଭ ବଚ୍ଚନ ତାଙ୍କ ବ୍ଲଗ୍‌ରେ ସକାଳର ନିତ୍ୟକର୍ମ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସେ ତାଙ୍କର ଦିନକୁ ଜିମ୍ ସେସନ୍‌ରୁ ଆରମ୍ଭ କରନ୍ତି। ଏହା ପରେ ସେ କିଛି ତୁଳସୀ ପତ୍ର ଖାଆନ୍ତି । ସେ ପ୍ରୋଟିନ୍ ଶେକ୍, ବାଦାମ, ପଇଡ ଏବଂ ଦଲିୟା ନିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଜଳଖିଆ ସହିତ ପଇଡ ପାଣି, ଅଁଳା ରସ, ଖଜୁରୀ ମଧ୍ୟ ଖାଆନ୍ତି । ଅମିତାଭ ତାଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ମଧ୍ୟ ନିଅନ୍ତି । ସେ ମଧ୍ୟାହ୍ନ ଭୋଜନରେ ଡାଲି, ପନିପରିବା ଏବଂ ରୁଟି ଖାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆମିଷ, ମିଠା, ଭାତ ଖାଆନ୍ତି ନାହିଁ । ଅଭିନେତା କହିଛନ୍ତି ଯେ ଯେତେବେଳେ ସେ ଯୁବକ ଥିଲେ ଏସବୁ ଖାଉଥିଲେ। କିନ୍ତୁ ଏହି ବୟସରେ ନିଜକୁ ଫିଟ୍ ରଖିବା ପାଇଁ ଏହିସବୁ ଜିନିଷ ଛାଡି ଦେଇଛନ୍ତି। ନିଜକୁ ଫିଟ୍ ରଖିବା ସହିତ ଅମିତାଭ ମାନସିକ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଖୁବ ସଚେତନ। ସେ ଠିକ୍ ୮ ଘଣ୍ଟା ଶୋଇଥାଆନ୍ତି । ଅମିତାଭ ବଚ୍ଚନଙ୍କ କାମର କଥା କହିବାକୁ ଗଲେ ‘କଲ୍‌କୀ ୧୯୯୮ ଏଡି’ ‌ପରେ ଫିଲ୍ମ ‘ଭେଟ୍ଟାୟାନ’ ଏବଂ ଫିଲ୍ମ ‘ଆଙ୍ଖ୍ ମିଚୌଲି’ରେ ସେ ନଜର ଆସିବେ।

Spread the love