88

ମୁଖ୍ୟମନ୍ତ୍ରୀଙ୍କ ଅବିକଳ ଚେହେରା ଦେଖିବାକୁ ଲୋକଙ୍କ ଲାଗୁଛି ଭିଡ

ଜଗତସିଂହପୁର : ଯେମିତି କଥାରେ ଅଛି ବାଘ ନ ଦେଖି ବିଲେଇ ଦେଖ ସେହିଭଳି ଦୃଶ୍ୟ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଘଟିଛି | ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଳି ଅବିକଳ ରୂପ ନେଇ ଜଣେ ବ୍ୟକ୍ତି ବର୍ତମାନ ଚର୍ଚ୍ଚାରେ । ସୁଚନା ରୁ ପ୍ରକାଶ ଜଗତସିଂହପୁର ଅଞ୍ଚଳର ଉମେଶ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଦେଖିବାକୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଭଳି । ପୁନଙ୍ଗ ପଞ୍ଚାୟତ ର ଉମେଶ କୁମାର ସାହୁ ଙ୍କ ବେଶଭୁଷା, ଚେହେରା, ରଙ୍ଗ ଢ଼ଙ୍ଗ ଏବଂ ଚାଲି ଚଳଣ କୁ ଦେଖିଲେ ଲାଗୁଛି ସତରେ ଯେମିତି ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲା କୁ ଆସିଛନ୍ତି । ଯେତେବେଳେ ଉମେଶ ଘରୁ ପଦାକୁ ମୁଖ୍ୟମନ୍ତ୍ରୀଙ୍କ ଭଳି ସଜେଇ ହୋଇ ବାହାରି ପଡ଼ୁଛନ୍ତି ସେତେବେଳେ ଲାଗିଯାଉଛି ଲୋକଙ୍କ ଭିଡ଼। ଯାହା ହାତରେ ଆଣ୍ଡୃଏଡ ମୋବାଇଲ ଅଛି ସେମାନେ ଉମେଶଙ୍କ ସହିତ ସେଲ୍ଫି ନେବାରେ ବ୍ୟସ୍ଥ। ଉମେଶ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ ଯିଏ ବି ଦେଖୁଛି ଭ୍ରମରେ ପଡିଯାଉଛି ।

ହଁ ଦର୍ଶକବନ୍ଧୁ ଉମେଶ ଏଭଳି ଜଣେ ଯୁବକ ବର୍ତ୍ତମାନ ଯିଏକି  ଚା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ଅନ୍ୟପକ୍ଷରେ ସେ ଜଣେ ବିଜେପି କର୍ମକର୍ତ୍ତା ଓ ବିଜେପି ର ବଡ଼ ଫ୍ୟାନ | ବିଜେପି ର ଯେଉଁଠି ବି ବୈଠକ ହେଉ ବା କାର୍ଯ୍ୟକ୍ରମ ବାବୁଙ୍କର ସେଦିନ ବେପାର ବନ୍ଦ। ପରିବାର ପଛକେ ଉପାସ ପଡୁ, ବାବୁ ବାହାରି ପଡ଼ନ୍ତି ଯୋଗଦେବାକୁ। ଏଭଳି ସ୍ତରରେ ସରକାର ବଦଳିଲା ପରେ ମୋହନ୍ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ, ଉମେଶ ମୁଖ୍ୟମନ୍ତ୍ରୀ ଙ୍କ ଭଳି ସଜେଇ ହୋଇ ବାହାରକୁ ବାହାରିଲେ ପ୍ରତିଦିନ ଲାଗୁଛି ଲୋକଙ୍କ ଭିଡ଼ |

 

Spread the love