110

ବିଦ୍ୟାଳୟରେ ପାଠ ନପଢି ବାସନ ମାଜୁଛନ୍ତି ଛାତ୍ର

ଜଗତସିଂହପୁର: ବିଦ୍ୟାଳୟରେ ପାଠପଢ଼ା ଛାଡ଼ି ବାସନ ମାଜୁଛନ୍ତି ଛାତ୍ର | ଆଜ୍ଞା ହଁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତର ସାହାଡ଼ା, ଲଛମାକଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଗୋଟେ ପଟେ ସରକାରଙ୍କର କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି କୁନିକୁନି କୋମଳମତି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ । ଅନ୍ୟପକ୍ଷରେ ପ୍ରତ୍ୟେକ ବିଦ୍ୟାଳୟ ରେ ସରକାରୀ ଅର୍ଥ ରେ ରୋଷେଇୟା, ପାଚିକା ରଖାଯାଉଛି । ହେଲେ ଏଠି ପିଲାମାନଙ୍କୁ କିଭଳି ବାସନ ମଜା କାମରେ ଲଗାଜାଉଛି ସେ ନେଇ ଉଠିଛି ପ୍ରଶ୍ନ । ସରକାର ବଦଳିବା ପରେ ବି ଶିକ୍ଷକ ମାନଙ୍କର ଏ କିଭଳି ପାଠପଢା। ଯେଉଁ ସରକାରୀ ବିଦ୍ୟାଳୟକୁ ସାଧାରଣ ଅଭିଭାବକ ମାନେ କେତେ ଆସା ଭରସା ନେଇ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଛାଡୁଛନ୍ତି । ସେଠି ଶିକ୍ଷକମାନେ ମଜା ମାରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ପାଠପଢ଼ା ଛାଡ଼ି ବେଠି ଖଟୁଛନ୍ତି । ଆମେ ଏକଥା ଏଥିପାଇଁ କହୁଛୁ ଯେ ଶିକ୍ଷକମାନେ ଖାଇବା ବାସନ, ହାଣ୍ଡି, କଡ଼େଇ, ଡେକ୍ଚି, ପ୍ରେସରକୁକର ଆଦି ବାସନକୁସନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ପାଳି କରି ମଜାନ୍ତି । ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଖାଇସାରି ଗୁଲିଗପ କରିବେ ଆଉ ଛାତ୍ରଛାତ୍ରୀ ବାସନ ମାଜିବେ ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସ୍ଥାନୀୟ ଲୋକେ। ବିଦ୍ୟାଳୟ କୁ ଆସୁଥିବା କଣ୍ଟିଜେନ୍ସି ପଇସା ଠିକ୍ ଭାବରେ ବିନିଯୋଗ ହେଉନାହିଁ l ବାଡ଼ ବନ୍ଦୀ ନାହିଁ ନଳକୂପ ମୂଳ ରେ ମାଛି ସାଲୁ ବାଲୁ ହେଉଥିବା ବେଳେ ବିଦ୍ୟାଳୟ ପରିମଳ ବ୍ୟବସ୍ଥା କୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ଏହି ସବୁ କାରଣ ଯୋଗୁଁ ଅଭିଭାବକମାନେ ସରକାରୀ ବିଦ୍ୟାଳୟ ରେ ପିଲାଙ୍କୁ ପାଠ ନ ପଢ଼ାଇ ପ୍ରାଇଭେଟ୍ ବିଦ୍ୟାଳୟ ରେ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି । ତେଣୁ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟ ମାନଙ୍କରେ ତଦନ୍ତ କରାଯାଇ ଏଭଳି ଶିକ୍ଷକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଜୋର ଧରିଲାଣୀ । ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି |

Spread the love